ଏସ୍‌ସିବିରେ ପୁଣି ତାଲିମ୍‌ ନେଲେ ୭୨ ଡାକ୍ତର

କଟକ : କୋଭିଡ୍‌-୧୯ ମୁକାବିଲା ନିମନ୍ତେ ଏସ୍‌ସିବିରେ ଚାଲିଛି ଜିଲ୍ଲାସ୍ତରୀୟ ଡାକ୍ତର, ନର୍ସ, ବେସରକାରୀ କ୍ଲିନିକ୍‌ରେ କାମ କରୁଥିବା ଡାକ୍ତରଙ୍କ ତାଲିମ୍‌ କାର୍ଯ୍ୟକ୍ରମ। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସଂପର୍କରେ ୫ମ ପର୍ଯ୍ୟାୟ ତାଲିମ୍‌ ଶିବିରରେ ଆଜି ରାଜ୍ୟର ୧୦ଟି ଜିଲ୍ଲାର ୭୨ଜଣ ଡାକ୍ତରଙ୍କୁ କ୍ରିଟିକାଲ କେୟାର ଉପରେ ତାଲିମ୍‌ ଦିଆଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେଉଥିବା ରୋଗୀଙ୍କ ଚିକିତ୍ସା ପ୍ରଣାଳୀ କଣ ରହିବ ସେ ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ ଭିଡିଓ କନଫରେନ୍ସି˚ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର, ଡାକ୍ତର ଆଶିଷ ବାରିକ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ। ଛାତି ଓ ଯକ୍ଷ୍ମା ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ଭେଷଜ ବିଭାଗର ପ୍ରଫେସର ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର, ନିଶ୍ଚେତକ ବିଭାଗ ପ୍ରଫେସର ଡାକ୍ତର ନିବେଦିତା ପାଣି, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର ଓ ନୋଡାଲ୍‌ ଅଫିସର ଟ୍ରେନି˚ କ୍ରିଟିକାଲ କେୟାର କୋଭିଡ୍‌-୧୯ ଏବ˚ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ତା ଏବ˚ ଡାକ୍ତର ରୋମା ରତନ ପ୍ରମୁଖ ଟେଲି ମେଡିସିନ୍‌ କେନ୍ଦ୍ରରେ ଭିଡିଓ କନ୍‌ଫରେନସି˚ ମାଧ୍ୟମରେ ଡାକ୍ତରଙ୍କୁ ଚିକିତ୍ସା ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର