ଓଡ଼ିଶାରେ ଚାଲିବ କ୍ରୁଜ: ଚିଲିକା, ଭିତରକନିକା, ହୀରାକୁଦର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ

ଭୁବନେଶ୍ୱର: ଓଡ଼ିଶାରେ ଚାଲିବ ବିଳାସମୟ କ୍ରୁଜ | ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ପ୍ରତି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ଉଦ୍ୟମ କରିବାକୁ ଚାଁହୁଛନ୍ତି | ଆଉ ସେଥିପାଇଁ ରାଜ୍ୟର ନଦୀ ଓ ହ୍ରଦରେ କ୍ରୁଜ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି | ଏଥିପାଇଁ କ୍ରୁଜ କମ୍ପାନୀମାନଙ୍କୁ ଆବେଦନ କରିବାକୁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି |

ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଚିଲିକା,ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ ଓ ହୀରାକୁଦରେ କ୍ରୁଜ ଚଳାଚଳ କରିବ | ଯେଉଁଥିରେ ବହୁସଂଖ୍ୟାରେ ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବା ସହ ବିଳାସମୟ ଯାତ୍ରା କରିପାରିବେ | ତେବେ କେବଳ ଦିନରେ ଏହି କ୍ରୁଜ ସେବା ଉପଲବ୍ଧ ହେବାକୁ ଥିବାବେଳେ ଆସନ୍ତା ଜୁଲାଇ ୧୦ ତାରିଖ ମଧ୍ୟରେ ଆବେଦନ କରିବାକୁ କ୍ରୁଜ ଏଜେନ୍ସିମାନଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି |


ଭାରତରେ ମୁମ୍ବାଇରୁ ଗୋଆ ସହ ଚେନ୍ନାଇ, ବିଶାଖାପାଟଣାରୁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜକୁ କ୍ରୁଜ ଚଳାଚଳ କରିଥାଏ | ଏଥିରେ ବ୍ୟକ୍ତିଗତ ପ୍ରକୋଷ୍ଠ ସାଙ୍ଗକୁ ସ୍ପା, ରେସ୍ଟୁରାଣ୍ଟ, ପବ ଏସବୁ ସୁବିଧା ରହିଥାଏ |

ସମ୍ବନ୍ଧିତ ଖବର