ସାଇବର ଫୋରେନସିକ୍‌ ଲାବୋରୋଟୋରି ଉଦ୍‌ଘାଟିତ :ଭାଇରାଲ ଭିଡିଓ ନେଇ ଆଡଭାଇଜାରି ଜାରି

ଭୁବନେଶ୍ୱର: ସାଇବର ଅପରାଧର ତଦନ୍ତ ପାଇଁ ଆଜି ଭୁବନେଶ୍ୱର ରାଜ୍ୟ ଫୋରେନସିକ ଲାବୋରୋଟୋରି ପରିସରରେ ସାଇବର ଫୋରେନସିକ୍‌ ଲାବୋରୋଟୋରି ଉଦ୍‌ଘାଟିତ ହୋଇ ଯାଇଛି। ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ଲାବେରୋଟୋରିକୁ ଉଦ୍‌ଘାଟନ କରି କହିଛନ୍ତି ଯେ ଏବେ ଆଉ ସାଇବର ଅପରାଧର ତଦନ୍ତ ପାଇଁ ଆବଶ୍ୟକ ଲବୋରୋଟୋରି ସହାୟତା ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାର୍ହିଁ। ପୁଲିସ ଆଧିନିକୀକରଣରେ ଏହା ଆଉ ଏକ ଅଙ୍ଗ ବୋଲି ଡା. ଶର୍ମା କହିଛନ୍ତି।

ସେହିପରି ଭାଇରାଲ ଭିଡିଓ ନେଇ ଆଜି ଏକ ଆଡଭାଇଜରୀ (ଉପଦେଶାବଳୀ) ଜାରି କରିଛନ୍ତି ଡିଜିପି ଡା. ଶର୍ମା। ସବୁ ଜିଲ୍ଲାର ଏସପି, ଡିସିପିଙ୍କୁ ଏ ନେଇ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି ଯେ ଭିଡିଓ ଭାଇରାଲ କରିବା ବେଆଇନ୍‌। ଏହାକୁ ରୋକିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଲୋକେ ମଧ୍ୟ ସଚେନତ ହେବା ଜରୁରି ବୋଲି ଡା. ଶର୍ମା କହିଛନ୍ତି। ଯେଉଁମାନେ କୌଣସି ପରିବାରିକ ବା ସାମାଜିକ ସମସ୍ୟା ସୃଷ୍ଟି କଲାଭଳି ଭିଡିଓ ଭାଇରାଲ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଡା.ଶର୍ମା କହିଛନ୍ତି। ଭିଡିଓ ଭାଇରାଲ କଲେ ୫ରୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ। ଏଥିପାଇଁ ସଚେତନତା ସୃଷ୍ଟି କରିବା ଉପରେ ଡିଜିପି ଡା.ଶର୍ମା ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର