କନ୍ଧମାଳ: ଛତିଶଗଡରୁ ଭିଟାମାଟି ମୁହାଁ ଶ୍ରମିକ, ସରକାରଙ୍କ ଉପରୁ ଆଶା ଛାଡି ସାଇକେଲରେ ଆସିଲେ

ତୁମୁଡିବନ୍ଧ: ମନରେ କରୋନାର ଭୟ। ପେଟରେ ଭୋକ। ନିକଟରେ କିଏ ରାହା ନାହିଁ କି ସାହା ନାହିଁ ଶେଷରେ ସରକାରଙ୍କ ଉପରେ ଆଶା ରଖି ନିରାଶ ହେବା ପରେ ଏବେ ଭିଟା ମାଟି ମୁହାଁ ଛତିଶଗଡରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକ । କିଏ ଚାଲି ଚାଲି ଆସୁଛନ୍ତି ତ କିଏ ସାଇକେଲ । ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳ ପୋଡାମାରି ଗ୍ରାମର ୮ ଜଣ ଶ୍ରମିକ ସାଇକେଲରେ ଭିଟା ମାଟି ଯାଉଥିବା ତୁମୁଡିବନ୍ଧ ଏକ ଜଙ୍ଗଲ ରାସ୍ତାରେ ଦେଖିବାକୁ ମିଳିଥିଲା ଗତକାଲି ରାତିରେ । ଏହି ୮ ଶ୍ରମିକ ଦିଗପହଣ୍ଡି ଥାନା ପୋଡାମାରି ଅଞ୍ଚଳ ରୁ ଶ୍ରମିକ ଭାବେ କାମ କରିବା ପାଇଁ ପଡୋଶୀ ଛତିଶଗଡ ରାୟପୁର ସହର କୁ କାମ କରିବା ପାଇଁ ଯାଇଥିଲେ ।  କିନ୍ତୁ ଲକଡାଉନ ପରେ କାମଧନ୍ଦା ବନ୍ଦ ହୋଇଯିବା ସହ କାମ ଧନ୍ଦା ହରାଇ ଥିଲେ ଓ ସଞ୍ଚିତ ଅର୍ଥ ମଧ୍ୟ ସରିଯାଇଥିଲା ।

ଲକଡାଉନ ଅବଧି ବଢିବା ପରେ ସେମାନେ ଚଳିବ କଷ୍ଟ ହୋଇଗଲା । ଶେଷରେ ସେମାନେ ରାଜ୍ୟ ସରକାର ଙ୍କ ଉପରେ ଭରଷା ରଖିଥିଲେ ତାଙ୍କୁ ନିଜ ଗାଁ କୁ ଆସିବା ପାଇଁ କିନ୍ତୁ ନିରାଶ ହୋଇ ଗୁରୁବାର ଦିନ ଗୋଟିଏ ଗୋଟିଏ ସାଇକେଲ ଧରି ବାହାରି ଥିଲେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥରେ । ଦିନ ରେ ଧୁ ଧୁ ଖରା ଯୋଗୁଁ ଅଧିକ ରାସ୍ତା ଯାଇ ପାରୁନଥିବା ବେଳେ ଅନ୍ଧାର ରାତିକୁ ଖାତିର ନ କରି ଜଙ୍ଗଲ ପାହାଡ଼ ରାସ୍ତାରେ ସେମାନେ ମାଇଲ ମାଇଲ ରାସ୍ତା ଅତିକ୍ରମ କରୁଛନ୍ତି । କେବଳ ସେମାନଙ୍କ ଖାଦ୍ୟ କହିଲେ ଚୂଡ଼ା ଓ ଚିନି ଖାଇ ଯାଉଥିବା ଜଣେ ଶ୍ରମିକ ।

କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଦେଇ ଗତକାଲି ସେମାନେ ପ୍ରବେଶ କରିଥିଲେ ଆମେ ସେମାନଙ୍କୁ ତୁମୁଡିବନ୍ଧ କୃତମଗଡ଼ ଜଙ୍ଗଲ ରାସ୍ତାରେ ଯାଉଥିବା ଦେକହିଥିଲୁ। ଏହି ଭଳି ଯାଉଥିବା ଖବର ପାଇ ସେହି ରାସ୍ତା ଦେଇ ଯାଉଥିବା ସାହାରା ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ସୁକାନ୍ତ କୁମାର ନାୟକ ଭେଟିବା ପରେ ଚୁଡା, ଚିନି ଓ ବିସ୍କୁଟ ପ୍ରଦାନ କରିଥିଲେ ସେମାନେ ଖାଇବା ସହ କିଛି ଧରି ଥିଲେ ଓ ନିଜ ନିଜ ମୋବାଇଲ ରେ ବେଟ୍ରି ନଥିବାରୁ ଘର ସହ ଯୋଗା ଯୋଗ ହୋଇ ପାରୁନଥିବାରୁ ଶ୍ରୀ ନାୟକ ଙ୍କ ଫୋନରେ କଥା ହୋଇ ଥିଲେ ଓ ସରପଞ୍ଚଙ୍କ ସହ ମଧ୍ୟ ସେମାନେ ଆସୁଥିବା ଜଣାଇଥିଲେ। ସରପଞ୍ଚ ସେମାନଂକୁ ତପ୍ତପାଣି ସାଙ୍ଗରୋଧ କେନ୍ଦ୍ରକୁ ପଂହଁଚି ବା ପାଇଁ ପରାମର୍ଶ ଦେଇ ଥିବା କହିଥିଲେ। ଏହା ପରେ ସେମାନେ ଦାରିଙ୍ଗବାଡି, ବ୍ରହ୍ମଣି ଗାଁ ଦେଇ ଗଜପତିର ମୋହନା ଦେଇ ତପ୍ତପାଣିରେ ପଂହଁଚି ବେବୋଲି କହିଛନ୍ତି। ତେବେ ଏଭଳି ବହୁ ଶ୍ରମିକ ସାଇକେଲ ଓ ଚାଲି ଚାଲି ଯାଉଥିବା ବେଳେ ଜିଲ୍ଲା ପ୍ରଶାସନର କୌଣସି ଲଗାମ ରହୁନଥିବାରୁ ଚିନ୍ତା ପ୍ରକଟ ହୋଇଛି।

ସମ୍ବନ୍ଧିତ ଖବର