ଛେଣ୍ଡିପଦା ଗୁଡିମରା ସଂରକ୍ଷିତ ଜଙ୍ଗଲରୁ ମାଖନା ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ: ଛେଣ୍ଡିପଦା ଗୁଡିମରା ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ମାଖନା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟି ଗତ ଦୁଇ ମାସ ହେବ ଛେଣ୍ଡିପଦା ଓ ଜରପଡା ଅଞ୍ଚଳରେ ଘୁରିବୁଲୁଥିଲା।  କଣିହାଁ ଅଞ୍ଚଳରେ ଦୁଇଟି ମଣିଷର ଜୀବନ ନେବା ପରେ ଛେଣ୍ଡିପଦା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ଏହି ହାତୀ। ହାତୀର ବୟସ ୨ ରୁ ୨୫ ମଧ୍ୟରେ ବୋଲି ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

ତେବେ ହାତୀଟିର ପାଟିରୁ ରକ୍ତ ବାହାରୁଥିବା ବେଳେ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି। ଆଜି ସକାଳ ୮ ଟାରେ ସ୍ଥାନୀୟ ଲୋକଙ୍କ ଖବର ପାଇ ବନ ବିଭାଗ ଡିଏଫଓ କାର୍ତ୍ତିକ ଭି, ରେଞ୍ଜର ହୃଦାନନ୍ଦ ନାଏକ, ଫରେଷ୍ଟର ପ୍ରତାପ କେଶରୀ ପ୍ରଧାନ, ଦୀପକ କୁମାର ସେଠୀ, କଳାକର ପ୍ରଧାନ ଆଦି ପହଞ୍ଚି ତଦନ୍ତ କରିଥିଲେ। ତଦନ୍ତ ପରେ ଛେଣ୍ଡିପଦା ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ବିକାଶ ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ବ୍ୟବଛେଦ କରିଥିଲେ। ବ୍ୟବଛେଦ ପରେ ଜେସିବି ମେସିନ ଦ୍ୱାରା ଗାତ ଖୋଳି ହାତୀଟିକୁ ପୋତି ଦିଆଯାଇଛି।

ସମ୍ବନ୍ଧିତ ଖବର