ସମ୍ବଲପୁର ଓ ବାଲେଶ୍ବରରେ ରାଡର୍‌ ଷ୍ଟେସନ୍ ସ୍ଥାପନରେ ବିଳମ୍ବ

ଭୁବନେଶ୍ବର : ବଜ୍ରପାତ, ଘୂର୍ଣ୍ଣିଝଡ଼ ଆଦିର ଆଗୁଆ ସୂଚନା ନିମନ୍ତେ ଭାରତ ପାଣିପାଗ ସଂସ୍ଥା ସହାୟତାରେ ରାଜ୍ୟରେ ୪ଟି ସ୍ଥାନରେ ଡପଲାର୍‌ ରାଡର୍‌ ସ୍ଥାପନ କାର୍ଯ୍ୟ ହାତକୁ ନିଆଯାଇଥିଲା। ତାହା ମଧ୍ୟରୁ ପାରାଦୀପ ଓ ଗୋପାଳପୁରରେ ରାଡର୍‌ ଷ୍ଟେସନ୍‌ କାର୍ଯ୍ୟକ୍ଷମ ହୋଇଛି। ସମ୍ବଲପୁର ଓ ବାଲେଶ୍ବରରେ ସ୍ଥାପିତ ହେବାକୁ ଥିବା ଆଉ ଦୁଇଟି ଷ୍ଟେସନ୍‌ ନିମନ୍ତେ ଆବଶ୍ୟକ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ବି ଯନ୍ତ୍ରପାତି ସ୍ଥାପନ ହୋଇ ନାହିଁ। ଆଜି ବିଧାନସଭାରେ ଅଶ୍ବିନୀ କୁମାର ପାତ୍ରଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ତେବେ ଯନ୍ତ୍ରପାତି ତୁରନ୍ତ ସ୍ଥାପନ କରି ଷ୍ଟେସନ୍‌କୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର