କରୋନା ସଂକ୍ରମଣରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର କରୋନା ସଂକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ମହିଳା ଜଣକ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଥିଲେ। ସମ୍ପ୍ରତି ସେ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ରାସନ ପହଞ୍ଚାଇବାର କାମରେ ନିୟୋଜିତ ଥିଲେ। ନର୍ଥ ଦିଲ୍ଲୀ ମୁନିସିପାଲ କର୍ପୋରେସନ୍‌ (ଏନଡିଏମ୍‌ସି) ରବିବାର ଉକ୍ତ ଶିକ୍ଷୟିତ୍ରୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛି।

Coronavirus: Delhi govt teacher on ration distribution duty dies ...
Livemint

ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ର ୬୫୪୨ଟି ମାମଲା ସାମ୍ନାକୁ ଆସି ସାରିଛି। ଏଥିମଧ୍ୟରୁ ୨୦୨୦ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ସେହିପରି ଏଯାବତ ୭୩ଜଣଙ୍କ ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜଧାନୀରେ ଅଧିକାଂଶ କରୋନା ମାମଲା ବିନା ଲକ୍ଷଣର ରହିଛି। ଏବଯାତ ୧୫୦୦ଜଣଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ କେବଳ ୨୭ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏହି ୨୭ଜଣଙ୍କ ଅବସ୍ଥା ଶୋଚନୀୟ ଥିବା ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି।

woman teacher dies from coronavirus in Delhi she was deputed on ...
Hindustan

ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରତିଦିନ ପୂର୍ବାପେକ୍ଷା ଅଧିକ ସଂଖ୍ୟକ କରୋନାଭୂତାଣୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୩ ଦିନ ହେଲା ଦେଶରେ ଦିନକୁ ୩୦୦୦ରୁ ଅଧିକ କୋଭିଡ୍‌-୧୯ ସଂକ୍ରମିତ ବାହାରୁଛନ୍ତି। ଫଳରେ ଶନିବାର ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୫୯,୬୬୨ରେ ପହଞ୍ଚିଯାଇଛି। ସେହିଭଳି ଦେଶରେ କୋଭିଡ୍‌-୧୯ ମୃତକଙ୍କ ସଂଖ୍ୟା ୧୯୮୧ରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର