ପୂର୍ଣ୍ଣାଙ୍ଗ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ଦାବି: ରାଜଭବନ ସମ୍ମୁଖରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ପୂର୍ଣ୍ଣାଙ୍ଗ ଓ ସ୍ୱୟଂଶାସିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ଦାବିରେ ଆଜି ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧିନିୟମ-୨୦୦୦ ଧାରା ୩(୪) ଅନୁଯାୟୀ ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶାକୁ ସ୍ଥାନାନ୍ତର କରାଯାଉ। ଏହି ଅଞ୍ଚଳର ବିକାଶ ଧାରାକୁ ଆଗେଇ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ୧୦୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଉ। ବିକାଶ ପରିଷଦକୁ ଶାସକ ଦଳର ରାଜନୈତିକ ଥଇଥାନ କେନ୍ଦ୍ର କରାନଯିବା ସହ ଏକ ପୂର୍ଣ୍ଣାଙ୍ଗ ସ୍ବୟଂଶାସିତ ସ୍ଥାୟୀ ପରିଷଦ ଗଠନ ଆଦି ପ୍ରମୁଖ ଦାବି ଦଳ ପକ୍ଷରୁ କରାଯାଇଛି।

ଏହି ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ଜୟନାରାୟାଣ ମିଶ୍ର, ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ, ସୁବାସ ପାଣିଗ୍ରାହୀ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଓ ସୀମାଞ୍ଚଳ ଖଟେଇ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ରଂଜନ ପଟେଲ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ରାଧେଶ୍ୟାମ ବାରିକ, ଭାରତୀ ମହାନନ୍ଦ, ମୁକ୍ତା ସାହୁ, ଊଷା କୁମାରୀ, ଶିବାଜୀ ପଟ୍ଟନାୟକ, ସୁବ୍ରତ ଠାକୁର, ଦେବେନ୍ଦ୍ର ମହାନ୍ତି, ପ୍ରମୋଦ ମହାପାତ୍ର, ବିପ୍ରଚରଣ ମହାନ୍ତି, ଲତିକା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ବିଭିନ୍ନ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ଜିଲ୍ଲାମାନଙ୍କରୁ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର