ରୌପ୍ୟ ତ୍ରିଭୁଜକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରିବାକୁ ଦାବି

ବାଲେଶ୍ବର: ବାଲେଶ୍ବରର ତିନୋଟି ସ୍ଥାନ ମେଦିନୀପୁରର ଜୟୀ ରାଜଗୁରୁଙ୍କ ସ୍ମୃତି ପୀଠ, ଚଷାଖଣ୍ଡର ବାଘାଯତୀନ ସ୍ମୃତି ପୀଠ ଏବଂ କଉଡ଼ିପୁରର ବିଶ୍ବେଶ୍ବର ଶିବ ମନ୍ଦିରକୁ ରୌପ୍ୟ ତ୍ରିଭୁଜ ଭାବେ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରିବାକୁ ଦାବି ହୋଇଛି। କଉଡ଼ିପୁର ବିଶ୍ବେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚିତ୍ରଶିଳ୍ପୀ କେଶୁଦାସ ଓ ଅରୁଣ ବାରିକଙ୍କ ଆହ୍ବାନକ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ସ୍ଥାନୀୟ କଳା ସଂସ୍କୃତି ଐତିହ୍ୟ ପ୍ରେମୀ ସହ ଜନପ୍ରତିନିଧି ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଉକ୍ତ ରୌପ୍ୟ ତ୍ରିଭୁଜକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟିଗୋଚର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କଉଡ଼ିପୁର ଶିବ ମନ୍ଦିରର ୨୦୦ ବର୍ଷର ପୁରାତନ ଭିତ୍ତିଚିତ୍ରକୁ କଳା ସଂରକ୍ଷକ ପ୍ରତାପ ଚାନ୍ଦ ଓ ବର୍ଷା ବର୍ଣ୍ଣାଳୀ ଦାସ ଯୋଗ ଦେଇ ଭିତ୍ତିଚିତ୍ରକୁ ପରୀକ୍ଷା ନିରୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର