କମିଲା ଶୀତ; ବଢ଼ିବ କୁହୁଡ଼ି

ଭୁବନେଶ୍ୱର: ଚଳିତ ଫେବ୍ରୁଆରି ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବା ଶୀତ ଲହରୀର ପ୍ରବାହ ଏବେ ବନ୍ଦ ହୋଇ ଯାଇଛି। ଫଳରେ ରାଜ୍ୟରେ ଶୀତର ମାତ୍ରା କମିବା ସହ ଉଭୟ ଦିନ ଓ ରାତିର ତାପମାତ୍ରରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଠାରେ ସର୍ବୋଚ୍ଚ ତାପମାତ୍ରା ୩୩.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରି ଓଡ଼ିଶାର ସମତଳ ଅଞ୍ଚଳ ଫୁଲବାଣୀରେ ରେକର୍ଡ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଆସନ୍ତା ପାଞ୍ଚ ଦିନ ପାଇଁ ଓଡିଶାର ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ଉପରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଏଥିସହ ଏହି ସମୟ ମଧ୍ୟରେ ଜଗତସିଂହପୁର, କଟକ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲା ଉପରେ ଘନ କୁହୁଡି ପଡ଼ି ସାଧାରଣ ଜନଜୀବନକୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବାରୁ ଏହି ୪ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ସମ୍ବନ୍ଧିତ ଖବର