କନ୍ଧମାଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କରିବ ଏମ୍‌ଡିଏଚ୍‌, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏମ୍‌ଡିଏଚ୍ ପ୍ରତିଷ୍ଠାତା ଧର୍ମପାଲ ଗୁଲାଟି

ଭୁବ‌େନଶ୍ବର : ଦେଶର ପ୍ରତିଷ୍ଠିତ ମସଲା କମ୍ପାନି ‘ଏମ୍‌ଡିଏଚ୍‌’ର ପ୍ରତିଷ୍ଠାତା ପଦ୍ମଭୂଷଣ ଏମ୍‌ ଧର୍ମପାଲ ଗୁଲାଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଗୁଲାଟି କନ୍ଧମାଳରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ସାକ୍ଷାତ ସମୟରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର