ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟିଲା ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ ଆଇଡିଆ’, ବିରୋଧ କଲେ ଓଡ଼ିଆ ସିନେ ପ୍ରେମୀ

ଭୁବନେଶ୍ବର: ଓଡ଼ିଆ ଫିଲ୍ମକୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ସମାଲୋଚନା ଜୋର୍‌ । ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି, ଓଡିଆ ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ ଆଇଡିଆ’ । ରିଲିଜର ମାତ୍ର ଦୁଇଦିନ ପରେ ଏହାକୁ ହଟାଇ ଦିଆଯାଇଥିବାରୁ ଓଡ଼ିଆ ସିନେ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି।

ଫିଲ୍ମର ଓଡ଼ିଆ ଟାଇଟେଲ ଯୋଗୁଁ ଏହାକୁ ହଟା ଯାଇଥିବା ସଫେଇ ଦେଇଛନ୍ତି ଆମାଜନ କର୍ତୃପକ୍ଷ । ଫିଲ୍ମର ନିର୍ଦ୍ଦେଶକ, ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ଇ-ମେଲ ଯୋଗେ ଆମାଜନ ସହ ଯୋଗାଯୋଗ କରିଥିଲେ । ସଂସ୍ଥା ଏବେ କେବଳ ୯ଟି ଭାରତୀୟ ଭାଷାର ଚଳଚିତ୍ରକୁ ପ୍ଲାଟଫର୍ମରେ ସ୍ଥାନ ଦେଉଥିବା ଆମାଜନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର