ୟୁପି ସ୍କୁଲ୍‌ରେ ପାଠ ପଢ଼ାଇଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା: ବୁଧବାର ପୂର୍ବାହ୍ନରେ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ କୋମନା ବ୍ଲକ୍‌ ଅନ୍ତର୍ଗତ ଭରୁଆମୁଣ୍ଡା ଓ ଟିକ୍ରାପଡ଼ା ସରକାରୀ ସ୍କୁଲ୍‌ ପରିଦର୍ଶନରେ ଯାଇଥିଲେ।

ଟିକ୍ରାପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀକୁ ଯାଇ ଜିଲ୍ଲାପାଳ କିଛି ସମୟ ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସହ ପାଠ ପଢ଼ାଇଥିଲେ।

ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ପାଠପଢ଼ା ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା କଥା ପ୍ରାୟ ୧୫ ମିନିଟ୍‌ ପଚାରି ବୁଝିଥିଲେ।

ଜିଲ୍ଲାପାଳଙ୍କ ଏତାଦୃଶ କାର୍ଯ୍ୟକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.