ରାଜ୍ୟରେ ମୋଟ କରୋନା ପଜିଟିଭ୍ ଚିହ୍ନଟଙ୍କ ସଂଖ୍ୟା ୪୮୫୬, ଜାଣନ୍ତୁ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୫ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏବେ ଆସନ୍ତୁ ଜାଣିବା ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୫୩, ଖୋର୍ଦ୍ଧାରେ ୪୩୯, କଟକରେ ୩୮୧, ଯାଜପୁରରେ ୩୬୧, ବାଲେଶ୍ବରରେ ୨୭୭, ପୁରୀରେ ୨୧୧, କେନ୍ଦ୍ରାପଡ଼ାରେ ୧୯୮, ଅନୁଗୁଳରେ ୩୩, ଗଜପତିରେ ୧୯୧, ଭଦ୍ରକରେ ୧୮୫, ଜଗତସିଂହପୁରରେ ୧୭୯, ବଲାଙ୍ଗୀରରେ ୧୫୦, କନ୍ଧମାଳରେ ୧୪୭, ସୁନ୍ଦରଗଡ଼ରେ ୧୪୬, ମୟୂରଭଞ୍ଜରେ ୧୩୯, ନୟାଗଡ଼ରେ ୧୧୩, କେନ୍ଦୁଝରରେ ୯୮ , , ନୂଆପଡ଼ାରେ ନୂଆପଡ଼ାରେ ୭୯, କଳାହାଣ୍ଡିରେ ୬୪, ଅନୁଗୁଳରେ ୫୫, ଢେଙ୍କାନାଳରେ ୫୨, ବରଗଡ଼ ଜିଲ୍ଲାରେ ୫୨, ମାଲକାନଗିରିରେ ୫୧, ଦେବଗଡ଼ରେ ୪୧ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୧, ସମ୍ବଲପୁରରେ ୨୪, କୋରାପୁଟରେ୨୪, ଝାରସୁଗୁଡ଼ାରେ ୨୧, ରାୟଗଡ଼ା ଜିଲ୍ଲାରେ ୧୭ ଓ ନବରଙ୍ଗପୁର ଜିଲ୍ଲାରେ ୧୩ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୩୨୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪୩ ରହିଛି। ଅପରପକ୍ଷରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୪ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର