ରାଜ୍ୟରେ କରୋନା ପଜିଟିଭ ଡବଲିଂ ହେଉନି, ଏବେ ଡାଉନ୍ ଟ୍ରେଣ୍ଡ ଦେଖାଉଛି: ଡିଏମଇଟି 

ଭୁବନେଶ୍ବର: କରୋନା ସଂକ୍ରମଣକୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ରୁ ୧୦ ହଜାର ଭିତରେ ଚାଲିଛି। ରାଜ୍ୟରେ କରୋନା ପଜିଟିଭ ଡବଲିଂ ହେଉନି, ଏବେ ଡାଉନ୍ ଟ୍ରେଣ୍ଡ ଦେଖାଉଛି। ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ରାଜ୍ୟ ମାସକ ପୂର୍ବରୁ ପିକ୍ ନେଇଥିବାରୁ ସେଠି କମୁଛି ସଂକ୍ରମଣ।

ସେହିପରି ମୃତ୍ୟୁ ସଂଖ୍ୟା ବଢିବାକୁ ନେଇ ସେ କହିଛନ୍ତି ୧୫ ଦିନ ଭିତରେ ଅନେକ ଲୋକ କ୍ରିଟିକାଲ ଥିଲେ ତେଣୁ ଏବେ ମୃତ୍ୟୁ ସଂଖ୍ୟା ବଢୁଛି । ସେହିପରି ବାରିପଦା କୋଭିଡ଼ ହସ୍ପିଟାଲ ଘଟଣାକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର