ଡାକ୍ତର ଗୌରୀଶଙ୍କର ଆଚାର୍ଯ୍ୟଙ୍କ ପରଲୋକ

କଟକ : ଆଚାର୍ଯ୍ୟ ହରିହର କର୍କଟ ‌ରୋଗ ଚିକିତ୍ସା କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଗୌରୀଶଙ୍କର ଆଚାର୍ଯ୍ୟ(୮୬)ଙ୍କର ଆଜି ସକାଳେ ପରଲୋକ ହୋଇଛି। ଶ୍ରୀ ଆଚାର୍ଯ୍ୟ ପ୍ରଖ୍ୟାତ କବିରାଜ ସ୍ବର୍ଗତ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟଙ୍କ ପୁଅ ଓ ଜଷ୍ଟିସ୍‌ ହରିହର ମହାପାତ୍ରଙ୍କ ଜ୍ବାଇଁ ଥିଲେ। ସେ ଜଣେ ସରଳ ଓ ସହୃଦୟ ବ୍ୟକ୍ତିଥିଲେ। ସମାଜସେବା‌ରେ ନିଜକୁ ନିୟୋଜିତ କରିଥିଲେ। ଦୀର୍ଘବର୍ଷ ଧରି ରୋଟାରି ଇଣ୍ଟରନ୍ୟାସନାଲ୍‌ ସହିତ ଜଡିତ ରହିବା ସହ ଦୁଇବର୍ଷ ପାଇଁ ରୋଟାରି କ୍ଲବ୍‌ କଟକ ଶାଖାର ସଭାପତି ଥିଲେ। ତାଙ୍କ ପୁଅ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ, ଝିଅ ନିବେଦିତା ପଣ୍ଡା, ଜ୍ବାଇଁ ପ୍ରସନ୍ନ ପଣ୍ଡା, ପତ୍ନୀ ବିଚିତ୍ର‌ା ଆଚାର୍ଯ୍ୟ, ବୋହୂ ସସ୍ମିତା ଆଚାର୍ଯ୍ୟ, ନାତୁଣୀ ଆୟୁଷୀ ଓ ଓ ଅନନ୍ୟା ଶେଷ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର