ବିପଦରେ ଚିଲିକା ଡଲଫିନ୍‌ : ୨ ମାସରେ ମଲେଣି ୫

ବ୍ରହ୍ମଗିରି : ଆନ୍ତର୍ଜାତିକ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଚିଲିକା ହ୍ରଦର ଭିନ୍ନ ଏକ ଆକର୍ଷଣ ହେଉଛି ଏଠାରେ ଥିବା ବିରଳ ପ୍ରଗାତିର ଇରାୱାଡି ଡଲ୍‌ଫିନ୍‌। ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହି ବିରଳ ଡଲ୍‌ଫିନ୍‌ ଦେଖିବାକୁ ଆସିଥାନ୍ତି। କିନ୍ତୁ ବିଭିନ୍ନ କାରଣରୁ ଏବେ ଡଲଫିନ୍‌ଙ୍କ ଜୀବନ ବିପଦରେ ଡଲଫିନ୍ ପାଇଁ ନିଆଯାଇଥିବା ଅଭୟାରଣ୍ୟ ପ୍ରସ୍ତାବ ଆଜି ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଗୋଟିଏ ପରେ ଗୋଟିଏ ଡଲଫିନ୍‌ର ଜୀବନ ଯିବାରେ ଲାଗିଛି। ଗତ ୨ ମାସରେ ୫ଟି ଡଲଫିନ୍‌ ମରିଥିବା ବନ ବିଭାଗର ତଥ୍ୟରୁ ଜଣାପଡ଼ିଛି।

ଚିଲିକାରେ ଚାଲୁଥିବା ମୋଟର୍‌ ବୋଟ୍‌ରୁ ନିର୍ଗତ ତୈଳ ଏହାର ଜଳରାଶିକୁ ପ୍ରଦୂଷିତ କରୁଥିବା ସହିତ ପର୍ଯ୍ୟଟକଙ୍କୁ ଅତି ପାଖରୁ ଡଲ୍‌ଫିନ୍‌ ଦେଖାଇବା ପାଇଁ ବୋଟ୍‌ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ତେଣୁ ଅନେକ ସମୟରେ ବୋଟ୍‌ ଆଘାତରେ ଡଲଫିନ୍‌ ମରୁଥିବା ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଚିଲିକାରେ ବେଆଇନ ଭାବେ ହେଉଥିବା ଚିଙ୍ଗୁଡି ଚାଷ ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହା ଚିଲିକା ପାଣିକୁ ଦୂଷିତ କରୁଥିବାରୁ ଡଲଫିନ୍‌ଙ୍କ ପାଇଁ ବିପଦ ବଢ଼ିଛି।

ସମ୍ବନ୍ଧିତ ଖବର