ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି କେତେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର କର୍ମଚାରୀମାନଙ୍କ ପକ୍ଷରୁ ୨ କୋଟି ୧୩ ଲକ୍ଷ ୬୬ ହଜାର ୨୯୫ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ବ୍ୟାଙ୍କ୍ ପକ୍ଷରୁ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଲେଖ ଚରଣ ରାଉତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ। ସେହିପରି ଓଡ଼ିଶା ପୁଲିସ ରିଲିଫ୍ ଆଣ୍ଡ୍ େଵଲଫେୟାର୍ ଫଣ୍ଡ୍ ପକ୍ଷରୁ ୨୮ ଲକ୍ଷ ୬୨ ହଜାର ୩୭୬ ଟଙ୍କା, ଏଚପିସିଏଲ କର୍ମଚାରୀମାନଙ୍କ ପକ୍ଷରୁ ୨୦ ଲକ୍ଷ ୧୦ ହଜାର ଟଙ୍କା, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କର୍ମଚାରୀ ଏବଂ ବ୍ୟାଙ୍କ୍ ଅଫ୍ ବରୋଦା କର୍ମଚାରୀଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହିପରି ସମୁଦାୟ ୨ କୋଟି ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର