ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ପିତୃ ବିୟୋଗ

ଦାନଗଦୀ/ଡୁବୁରୀ : ବରିଷ୍ଠ କଂଗ୍ରେସ ନେତା ଶରତ ରାଉତଙ୍କ ପିତା ତଥା ପୂର୍ବତନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପ୍ରବୀଣ ଶିକ୍ଷାବିତ୍ ଡକ୍ଟର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପରଲୋକ ହୋଇଯାଇଛି। ଆଜି ଅପରାହ୍‌ଣରେ ଗୋବର୍ଦ୍ଧନପୁର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ଆଜି ଅପରାହ୍ଣ ୩ ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ସମୟରେ ଜ୍ୟେଷ୍ଠ ପୁତ୍ର ପୂର୍ବତନ ମନ୍ତ୍ରୀ ଶରତ ରାଉତ ଏବଂ କନିଷ୍ଠ ପୁତ୍ର ସୀତେଶ ରାଉତଙ୍କ ସହିତ ପରିବାର ଏବଂ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଶିକ୍ଷକତାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଡକ୍ଟର ରାଉତ ନିଜ ଦକ୍ଷତା ଏବଂ ପାରଦର୍ଶିତା ବଳରେ ଅବିଭକ୍ତ ଢେଙ୍କାନାଳ ଏବଂ ପୁରୀ ପ୍ରଭୃତି ଜିଲ୍ଲାର ସ୍କୁଲ ଇନ୍ସପେକ୍ଟର ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ। ପରେ ସେ ଓଡ଼ିଶାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ଅତ୍ୟନ୍ତ ଦକ୍ଷତାର ସହ ଦାୟିତ୍ବ ନିର୍ବାହ କରି ଅବସର ନେଇଥିଲେ।

ସମ୍ବନ୍ଧିତ ଖବର