ଓଡ଼ିଶା ଛାଡ଼ିଲେ ଜମିର

ଭୁବନେଶ୍ୱର : ପୂର୍ବତନ ରାଜ୍ୟପାଳ ଡ. ଏସ୍‌ସି ଜମିର ଶନିବାର ଓଡ଼ିଶା ଛାଡ଼ିଛନ୍ତି। ସକାଳ ୯ଟା ୫୦ ମିନିଟ୍‌ ସମୟରେ ସେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ବିମାନବନ୍ଦରଠାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମେୟର ଅନନ୍ତ ନାରାୟଣ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ପ୍ରମୁଖ ଜମିରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

ସମ୍ବନ୍ଧିତ ଖବର