ମାତାଲ ଅବସ୍ଥାରେ ଶୋଇବା ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ

ଡୁଡୁକା: ମାତାଲ ଅବସ୍ଥାରେ ଶୋଇବା ମହଙ୍ଗା ପଡ଼ିଲା। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍‌ ଡୁଡୁକାମୁଣ୍ଡା ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ସନ୍ତୋଷ ତ୍ରିପାଠୀ ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁସାରେ, କିଛିଦିନ ତଳେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ବସି ପାଠ ପଢ଼ୁଥିବା ସମୟରେ ପ୍ରଧାନଶିକ୍ଷକ ଶ୍ରୀ ତ୍ରିପାଠୀ ଶୋଇପଡ଼ିଥିଲେ।

ଗାଁ ଲୋକେ ଖବର ପାଇ ଏହି ଦୃଶ୍ୟର ଭିଡିଓ କରି ଭାଇରାଲ କରିଥିଲେ। ଶିକ୍ଷକଙ୍କ ଏଭଳି ଉତ୍ପାତକୁ ନେଇ ସ୍କୁଲ ଆଗରେ ଛାତ୍ରଛାତ୍ରୀ ଆନ୍ଦୋଳନ କଲେ। ଏହାର ତଦନ୍ତ ପରେ ଗତ ୨୧ ତାରିକ ଦିନ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିପାଠୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟ ନିଲମ୍ବନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର