‘ମୋନାଲିସା, କାଲି-ଆଜି-ଆସନ୍ତାକାଲି ସବୁବେଳେ ତୁମକୁ ଭଲ ପାଇବି’

ଭୁବନେଶ୍ୱର: ମୋନାଲିସା, ଭଲ ପାଉଥିଲି, ଭଲ ପାଉଛି, ଭଲ ପାଉଥିବି | କିଛି ଏଭଳି ଲେଖି ଏବେ ବାନ୍ଧବୀ ମୋନାଲିସାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି | ନିଜ ପ୍ରେମିକାଙ୍କ ସହ ଇସ୍କ ମୂଡ଼ରେ ଦୂତିଙ୍କ ଫଟୋ ପୋଷ୍ଟ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କେହି କେହି କହୁଛନ୍ତି ଯେ ଦୂତି ଚାନ୍ଦ, ମୋନାଲିସାଙ୍କୁ ବିବାହ କରିଛନ୍ତି | ତେବେ ଆମେ ଆପଣଙ୍କୁ ଏହି ଚର୍ଚ୍ଚା ପଛର ସତ କହିବୁ | ବାସ୍ତବରେ ଦୂତିଙ୍କ ଭଉଣୀ ଅଞ୍ଜନା ଚାନ୍ଦଙ୍କର ବିବାହ ଉତ୍ସବରେ ଦୂତି ଓ ମୋନାଲିସା ଯୋଗ ଦେଇଥିଲେ | ଆଉ ଏହି ବାହାଘରରେ ତାଙ୍କ ପରିବାରର ସମସ୍ତେ ଯୋଗ ଦେଇଥିଲେ |

ଏହି ଅବସରରେ ଦୂତି, ମୋନାଲିସାଙ୍କ ସହ କପଲ ଫଟୋ ଉଠାଇଥିଲେ ଓ ଏହାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି | ଫଟୋରେ ଦୂତି ନୀଳ କୋର୍ଟ ପିନ୍ଧିଥିବାବେଳେ ମୋନାଲିସା ନୀଳ ରଙ୍ଗର ଏକ ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ | ଏହି ପୋଷ୍ଟ କରି ସେ ଲେଖିଛନ୍ତି ଯେ ‘ପ୍ରେମ ହିଁ ପ୍ରେମ’ |

ସୂଚନା ଥାଉ କି ଯେ ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଦୌଡ ରାଣୀ ଦୂତି ଚାନ୍ଦ | ଏକ ସାକ୍ଷାତକାରରେ ସେ କହିଥିଲେ ଯେ ମୋ ସଂପର୍କକୁ ବିବାହ ରୂପ ଦେବାର ଯୋଜନା ମୋର ଅଛି। ହେଲେ ମୁଁ ଏବେ ଖେଳୁଛି। ଅଧିକାଂଶ ସମୟ ଘରେ ରହି ପାରୁନି। ପ୍ରଶିକ୍ଷଣ ଶିବିରରେ ରହୁଛି, ନହେଲେ ପ୍ରତିଯୋଗିତା ପାଇଁ ଯାତ୍ରା କରୁଛି। ମୁଁ ମୋ ପାର୍ଟନରକୁ କହିଛି ଯେ ଆମ ସଂପର୍କ ଜାରି ରହିବ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପରେ ଆମେ ଜୀବନରେ କ’ଣ କରିବା ସେ କଥା ଚିନ୍ତା କରିବା। ତାଙ୍କୁ ଏବେ ମାତ୍ର ୨୨ ବର୍ଷ ଓ ମୋତେ ୨୬। ଏଣୁ ମୁଁ ଆଉ ଦୁଇ ତିନି ବର୍ଷ ଖେଳି, ତାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା କଥା ଚିନ୍ତା କରିବି।

ସମ୍ବନ୍ଧିତ ଖବର