ପୂର୍ବତଟ ରେଳପଥ ଟେଣ୍ଡର୍‌ ଫିକ୍ସିଂ ମାମଲା : ସିବିଆଇ ହାତରେ ପ୍ରମାଣ, କାର୍ଯ୍ୟାନୁଷ୍ଠାନ କେବେ?

ଭୁବନେଶ୍ବର : ପୂର୍ବତଟ ରେଳପଥରେ ଟେଣ୍ଡର୍‌ ଫିକ୍ସିଂକୁ ନେଇ ସିବିଆଇରେ ମାମଲା ରୁଜୁ ଘଟଣାକୁ ସପ୍ତାହେ ବିତିଗଲାଣି। ଚଢ଼ଉ କରି ସିବିଆଇ ଯଥେଷ୍ଟ ତଥ୍ୟ ପ୍ରମାଣ ସ˚ଗ୍ରହ କରିସାରିଛି। ଏପରିକି ଠିକାଦାର ରାଜୀବ ଠାକୁର ଆକାଉଣ୍ଟରୁ ଟେଣ୍ତର୍‌ ଫିକ୍ସି˚ରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ପରିବାର ସଦସଦ୍ୟଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ସିବିଆଇ ହାତରେ ପ୍ରମାଣ ଲାଗି ସାରିଛି। ଏହାବାଦ୍‌ ଟେଣ୍ତର୍‌ କାରବାର ସ˚କ୍ରାନ୍ତୀୟ ଆଉ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସିବିଆଇ ହାତରେ ଲାଗି ସାରିଛି, ଯାହା ମାମଲା ରୁଜୁ ହେବା ପୂର୍ବରୁ ସିବିଆଇ ଅନୁସନ୍ଧାନ ସମୟରେ ଜଣାପଡ଼ିଥିଲା। ରେଳପଥ ବୋର୍ଡର ନିଜସ୍ବ ତଦନ୍ତ ପରେ ବି ଟେଣ୍ତର୍‌ ଫିକ୍ସି˚ ସ୍ପଷ୍ଟ ହେବା ପରେ ମାମଲା ରୁଜୁ ପାଇଁ ସିବିଆଇକୁ ଅନୁମତି ମିଳିଥିଲା। କିନ୍ତୁ ଏତେ ସବୁ ପ୍ରମାଣ ପରେ ବି କାହିଁକି ଚୁପ୍‌ ବସିଛି ସିବିଆଇ? ସିବିଆଇ ଉପରେ କାହାର ଚାପ ରହିଛି କି? ସଂପୃକ୍ତ ଠିକାଦାର ଓ ୭ ରେଳପଥ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ? ରେଳବାଇକୁ ପ୍ରାୟ ୬ କୋଟି ଟଙ୍କା ଠକେଇ ଘଟଣା ଭଳି ସମ୍ବେଦନଶୀଳ ମାମଲାରେ ସିବିଆଇ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଆପରାଧିକ ଷଡ୍‌ଯନ୍ତ୍ର, ଠକେଇ, ନିଜ ପଦର ଅପବ୍ୟବହାର ଭଳି ସା˚ଘାତିକ ଅଭିଯୋଗ ରେଳ ଅଧିକାରୀଙ୍କ ବିରୋଧରେ ଆସିଛି। ଠିକାଦାରଙ୍କ ପାଖରୁ ଅଧିକାରୀଙ୍କ ନିକଟକୁ କେତେ ଟଙ୍କା ଯାଇଛି, କେଉଁ ଦିନ ଯାଇଛି, କେଉଁ ବ୍ୟାଙ୍କ ଜରିଆରେ ଏସବୁ କାରବାର ହୋଇଛି, ଅଧିକାରୀଙ୍କ ପରିବାରଲୋକଙ୍କ କେଉଁ ବ୍ୟାଙ୍କ ଆକାଉଣ୍ଟକୁ ଏସବୁ ଟଙ୍କା ଯାଇଛି, ଟଙ୍କା ବାଦ୍‌ କେଉଁ ମୂଲ୍ୟବାନ୍‌ ଉପହାର ପାଇଛନ୍ତି, ଏ ସବୁର ଟିକିନିଖି ତଥ୍ୟ ସିବିଆଇ ତଦନ୍ତକାରୀ ଟିମ୍‌ ହାତରେ ଲାଗି ସାରିଛି। ଖାଲି ସେତିକି ନୁହେଁ, ଠିକାଦାର ରାଜୀବ ଠାକୁର କିଭଳି ଭାବେ ଅନ୍ୟ ଠିକା ସ˚ସ୍ଥା ନାଁରେ ନିଜ ଆକାଉଣ୍ଟରୁ ଡ୍ରାଫ୍ଟ ତିଆରି କରି ଟେଣ୍ତର୍‌ ପେପର୍‌ ପକାଇଥିଲା, ତାହାର ତଥ୍ୟ ପ୍ରମାଣ ମଧ୍ୟ ସିବିଆଇ ହାତରେ ଲାଗିସାରିଛି। କିନ୍ତୁ ଏବେ ଯାଏଁ କାହିଁକି ସିବିଆଇ ତଦନ୍ତ ଆଉ ଆଗକୁ ବଢ଼ୁନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଆଇନଜୀବୀ ଚିତ୍ତରଂଜନ ଦାଶଙ୍କ କହିବାନୁସାରେ, ଯେହେତୁ ଏହି ଟେଣ୍ତର୍‌ ଫିକ୍ସି˚ ଘଟଣାରେ ରେଳପଥକୁ କ୍ଷତି ହୋଇଛି, ଏହା ଏକ ସଙ୍ଗିନ୍‌ ମାମଲା। ଯେଉଁ ଆକାଉଣ୍ଟରେ ଟଙ୍କା କାରବାର ହୋଇଛି, ସେହି ଆକାଉଣ୍ଟକୁ ସିବିଆଇ ତୁରନ୍ତ ଅଚଳ କରି ଜବତ କରିପାରିବ। ଆଇନ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। କାରଣ ଯେଉଁ ଟଙ୍କା ରେଳପଥର କ୍ଷତି ହୋଇଛି, ତାହା ସାଧାରଣ ନାଗରିକଙ୍କ ଟିକସ ଅର୍ଥ। ତେଣୁ ଏହି ମାମଲାରେ କୌଣସିପ୍ରକାର ଅବହେଳା କରିବା ଉଚିତ ନୁହେଁ। ଟେଣ୍ତର୍‌ ଫିକ୍ସି˚ ମାମଲାରେ ସିବିଆଇ ୧୨ତାରିଖରେ ମାମଲା ରୁଜୁ କରିବା ସହ ୧୩ ତାରିଖରେ ପୂର୍ବତଟ ରେଳପଥ କାର୍ଯ୍ୟାଳୟ ସମେତ ୧୫ଟି ସ୍ଥାନରେ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର