ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି ମିଳିବା ପରେ କିଏ ଏହାକୁ ଲୁଚାଇଥିଲା ତାର ତଦନ୍ତ କରୁଛି ଇଡି।ଏଥିଲାଗି ମଞ୍ଚେଶ୍ୱରର ସେହି ଅଞ୍ଚଳରେ ଗତ ଏକମାସ ଭିତରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଇଡି ଯୋଜନା କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଶନିବାର ରାତିରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ରୟାଲ୍ କଲେଜ ନିକଟରୁ ଏହି କାର୍କୁ ଠାବ କରାଯାଇଛି। ଗାଡ଼ିର ନମ୍ବର ପ୍ଲେଟ୍ ନଥିଲେ ମଧ୍ୟ ଇଞ୍ଜିନ ନମ୍ବର ଚେସିସ୍ ନମ୍ବରରୁ ତାହା ଇଡି ଖୋଜୁଥିବା ଅର୍ଚ୍ଚନାଙ୍କ ସେହି ବହୁ ଚର୍ଚ୍ଚିତ କାର୍ ବୋଲି ସ୍ପଷ୍ଟ ହୋଇଛି। ଏନେଇ ଇଡିର ଅଧିକାରୀମାନେ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କାର୍ଟି ଲକ୍ ଅବସ୍ଥାରେ ଥିବାରୁ ସୋ’ରୁମ୍ର ଟେକ୍ନିସିଆନ୍ଙ୍କ ସହଯୋଗରେ ଗାଡ଼ିର ଲକ୍ ଖୋଲି ଇଡି ତାକୁ ନୂଆପଲ୍ଲୀ କାର୍ଯ୍ୟାଳୟକୁ ନେଇଛି। କାର୍ ଭିତରୁ କେତେକ କାଗଜପତ୍ର ମିଳିଛି ଏବଂ ସେଥିରେ କେତେକ ବ୍ୟକ୍ତିଙ୍କ ନାଁ ଓ ମୋବାଇଲ ନମ୍ବର ଲେଖାଯାଇଛି ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ଖଗେଶ୍ବରର ଆଜି ରିମାଣ୍ଡ ଅବଧି ସରୁଛି । ୧୦ ଦିନିଆ ରିମାଣ୍ଡର ଆଜି ହେଉଛି ଶେଷ ଦିନ। ଆସନ୍ତାକାଲି ଖଗେଶ୍ୱରକୁ କୋର୍ଟରେ ହାଜର କରିବ ଇଡି। ଅର୍ଚ୍ଚନା ନାଗଙ୍କ ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଖୋଲିଛି ଖଗେଶ୍ୱର। ଖଗେଶ୍ୱର ତଥ୍ଯ ଆଧାରରେ ଏକାଧିକ ଲୋକଙ୍କୁ ଇଡିରେ ହାଜର ପାଇଁ ଇଡି ନୋଟିସ କରିଛି ।