ଡମ୍ବରୁ ଶିଶାଙ୍କୁ ସମ୍ବର୍ଦ୍ଧନା ଦେଲେ ବିଜେପିର ଶତାଧିକ କର୍ମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଡମ୍ବରୁ ଶିଶାଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିଜ ବିଧାନସଭା କ୍ଷେତ୍ରର ଗୋବିନ୍ଦପାଲ୍ଲୀ ଠାରେ ଶତାଧିକ କର୍ମୀ ଓ ସମର୍ଥକ ଏକତ୍ରିତ ହୋଇ ଡମ୍ବରୁ ଶିଶାଙ୍କୁ ସ୍ବାଗତ କରିଥିଲେ। ଡମ୍ବରୁ ଟିକଟ ପାଇବା ପରେ ବୁଧବାର ଦିନ ନିଜ ବିଧାନସଭା କ୍ଷେତ୍ରକୁ ଆସିଥିଲେ। ସେ ଘରଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା।

ପୂର୍ବରୁ ବିଜେଡିର ବିଧାୟକ ରହିଥିବା ବେଳେ ତାଂକୁ ଲୋକେ ସହଜରେ ଚିହ୍ନପାରିଥିଲେ। ମାଥିଲି, ଖଇରପୁର ଏବଂ ଚିତ୍ରକୋଣ୍ଡା ବ୍ଲକର ଭୋଟର ଭାଇମାନେ ତାଂକୁ ଭୋଟ ଦେଇ ଏଥର ମଧ୍ୟ ଜୟଯୁକ୍ତ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଡମ୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଦଳ ତାଂକୁ ଭରସା କରି ଟିକଟ ଦେଇଛି।ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେଡିର ଲକ୍ଷ୍ମୀପ୍ରିୟା ନାୟକ ଏବଂ କଂଗ୍ରେସର ମଙ୍ଗୁ ଖିଲଙ୍କ ସହ ସିଧା ଟକ୍କର ଡମ୍ବରୁଙ୍କ ହେବ। ଚିତ୍ରକୋଣ୍ଡାରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ବେଳେ ଏଥର ବିଜୟଲାଭ କରିବ ବୋଲି ଆଶା ବାନ୍ଧିଛି ବିଜେପି ଦଳ। ଗୁରୁବାର ଠାରୁ ନାମାଙ୍କନ ପତ୍ର ଦାଖଲ କରିବାର ଦିନ ରହିଥିବାରୁ ସମସ୍ତ ଦଳ ଏବେ ମାଲାକନଗିରିରେ ଡେରା ପକାଇଲେଣି।

ସମ୍ବନ୍ଧିତ ଖବର