‘ଜାତୀୟ ନିରାପତ୍ତା’ ପ୍ରସଙ୍ଗରେ ଏକ୍ସକୁ ଅସ୍ଥାୟୀ ଭାବେ ବନ୍ଦକଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟ ବୁଧବାର କହିଛି ଯେ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଫେବ୍ରୁଆରି ମାସରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅସ୍ଥାୟୀ ଭାବେ ବନ୍ଦ ରଖିିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଫେବ୍ରୁଆରି ମଧ୍ୟଭାଗରୁ ପାକିସ୍ତାନରେ ଟ୍ଵିଟର ନାମରେ ପରିଚିତ ଏକ୍ସ ବ୍ୟବହାର କରିବାରେ ସମସ୍ୟା ଦେଖାଦେଇଥିଲା, କିନ୍ତୁ ସରକାର କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି।

ଆଭ୍ୟନ୍ତରୀଣ ମନ୍ତ୍ରାଳୟ ବୁଧବାର ଏକ ଅଦାଲତରେ ଲିଖିତ ଭାବେ ଏହି ବନ୍ଦ ବିଷୟରେ ଉଲ୍ଲେଖ କରିଛି।
ଏଠାରେ ଉଲ୍ଲେଖ କରିବା ଅତ୍ୟନ୍ତ ପ୍ରାସଙ୍ଗିକ ଯେ ଟ୍ଵିଟର/ଏକ୍ସ ପାକିସ୍ତାନ ସରକାରଙ୍କ ଆଇନଗତ ନିର୍ଦେଶାବଳୀ ପାଳନ କରିବାରେ ବିଫଳ ହେବା ଏବଂ ଏହାର ପ୍ଲାଟଫର୍ମର ଅପବ୍ୟବହାରକୁ ନେଇ ଉଦ୍‌ବେଗ ସମାଧାନ କରିବାରେ ବିଫଳ ହେବା କାରଣରୁ ନିଷେଧାଦେଶ ଲାଗୁ କରିବାର ଆବଶ୍ୟକତା ରହିଛି ବୋଲି ଏକ ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର