ଭୋଟ୍‌ ସରିଗଲା ପରେ ପରେ ବିଦ୍ୟୁତ୍‌ ଦର ବଢ଼ାଇବାକୁ ସଜବାଜ

ଓଇଆର୍‌ସିକୁ ଚିଠି ଲେଖିଲା ଗ୍ରିଡ୍‌କୋ

ଭୁବନେଶ୍ବର : ଭୋଟ ଥିଲା। ଏଣୁ ବିଦ୍ୟୁତ ଶୁଳ୍କ ବଢ଼ାଇବା ଲାଗି ଗ୍ରିଡ୍‌କୋ ଯେଭଳି ଦାବି ରଖିବା କଥା ସେମିତି କଲାନି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ରାୟ ଶୁଣାଇଲେ ଯେ ଏ ବର୍ଷ (୨୦୧୯-୨୦) ଶୁଳ୍କ ବଢ଼ିବାର ନାହିଁ।

ଭୋଟ ସରିଲା ପରେ ବିଜୁଳି ଦର ମହଙ୍ଗା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଉ କେହି ନୁେହଁ, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମେ’ ୨୩ ତାରିଖରେ େଦଇଥିବା ଆଦେଶର ପୁନର୍ବିଚାର କରିବାକୁ ଏବେ ଗ୍ରିଡକୋ ଓଇଆରସିଙ୍କ ନିକଟରେ ଆବେଦନ କରିଛି। ରାଜସ୍ବ କ୍ଷତି ଭରଣା କରିବାର ଆଳ ଦେଖାଇ ସରକାର ଏ େନଇ ରାସ୍ତା େଖାଲିଛନ୍ତି। ଫଳରେ ବର୍ଷ ମଝିରେ ବିଦ୍ୟୁତ ଦର ବୃଦ୍ଧି େନଇ ଆଶଙ୍କା ପ୍ରକାଶ ପାଇଲାଣି।

େଗାଟିଏ ପଟେ ଗୁଣାତ୍ମକ ବିଜୁଳି େଯାଗାଣ େକ୍ଷତ୍ରରେ ରାଜ୍ୟ ସରକାର ବିଫଳ େହାଇଛନ୍ତି। ଗାଁରେ ପ୍ରତି ଘଣ୍ଟାରେ ଅଘୋଷିତ ବିଦ୍ୟୁତ କାଟ୍ ଚାଲିଛି। େଲାକେ ନାହିଁ ନ ଥିବା ଦୁର୍ଦଶା ସାମ୍ନା କରୁଛନ୍ତି। ଅନ୍ୟପଟରେ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାରେ ଏବେ ବି ସବୁ ଲୋକଙ୍କ ପାଖରେ ବିଦ୍ୟୁତ ସଂଯୋଗ ପହଞ୍ଚି ପାରିନାହିଁ। ଏମିତି ସ୍ଥିତିରେ ବିଜୁଳି ଶୁଳ୍କ ବୃଦ୍ଧି ଲାଗି ସରକାରଙ୍କ ଷଡ଼ଯନ୍ତ୍ର ଉପଭୋକ୍ତାଙ୍କ ମୁଣ୍ଡ ଘୂରାଇ ଦେଲାଣି।

ଗତ ୨୦ ତାରିଖରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ଗ୍ରିଡକୋ ଓଇଆର୍‌ସିଙ୍କ ପାଖରେ ସାନି ଆବେଦନ କରିଛି। ଦର୍ଶାଇଛି, ୨୦୧୯-୨୦ ଆର୍ଥିକ ବର୍ଷର ସମଷ୍ଟିଗତ ରାଜସ୍ବ ଆବଶ୍ୟକତା ବା ଏ.ଆର.ଆର ପାଇଁ ବିଦ୍ୟୁତ ଦରରେ ସଂଶୋଧନ କରାଯିବା ଦରକାର।

ଚଳିତବର୍ଷ ବିଦ୍ୟୁତ ବା ବିଏସ୍‌ପି କିଣା ଓ ବଣ୍ଟନ ବାବଦରେ ୟୁନିଟ ପିଛା ସର୍ବାଧିକ ୩୨୬ ଟଙ୍କା ୭୭ ପଇସା ହିସାବରେ ମୋଟ ୯ ହଜାର ୧୩୪ କୋଟି ୧୯ ଲକ୍ଷ ଟଙ୍କା ଆବଶ୍ୟକ େହଉଛି। କିନ୍ତୁ ବିଏସ୍‌ପି ୟୁନିଟ ପିଛା ୨୭୦ ଟଙ୍କା ୪୭ ପଇସା ହାରାହାରି ଦର ଧାର୍ଯ୍ୟ କରି ଓଇଆର୍‌ସି ମୋଟ ୭ ହଜାର ୭୦୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଫଳରେ ବିଏସ୍‌ପି କିଣା ବାବଦରେ ଓଇଆରସି ଧାର୍ଯ୍ୟ କରିଥିବା ଦର ଅନୁସାରେ ଗ୍ରିଡ୍‌କୋକୁ ମାତ୍ର ୭ ହଜାର ୫୨୯ କୋଟି ୯୬ ଲକ୍ଷ ଟଙ୍କା ମିଳିବ। ଯାହାକି ମଞ୍ଜୁର ହୋଇଥିବା ଏ.ଆର.ଆରଠାରୁ ୧୭୨ କୋଟି ୯୪ ଲକ୍ଷ ଟଙ୍କା କମ୍।

ଏହି କ୍ଷତିକୁ ସହିବା ବର୍ତମାନ ପରିସ୍ଥିତିରେ ଆଦୌ ସମ୍ଭବ ନୁହେଁ େବାଲି ଗ୍ରିଡ୍‌କୋ ଜଣାଇଛି। କହିଛି, ବିଦ୍ୟୁତ ପରିବହନ ଓ ବଣ୍ଟନ ବାବଦରେ ପୂର୍ବରୁ କରାଯାଇଥିବା ଋଣ ଉପରେ ସୁଧ ଦିଆଯାଇ ପାରୁନାହିଁ। ପ୍ରତିବର୍ଷ ଋଣର ପରିମାଣ ବଢ଼ିଚାଲିଛି। ସରକାର ଗ୍ୟାରେଣ୍ଟର ପଡ଼ିଲେ ବି ଆର୍ଥିକ ସ୍ଥିତିରେ ସୁଧାର ଆସିପାରୁନି।

ଆବେଦନପତ୍ରରେ ଗ୍ରିଡ୍‌କୋ ଆହୁରି ଦର୍ଶାଇଛି, ଚଳିତ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବୃଦ୍ଧି ନ କରିବାକୁ ଓଇଆରସି ଗତ ମାର୍ଚ୍ଚ ୨୯ ତାରିଖରେ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାରୁ ଏହି ନିଷ୍ପତ୍ତି ସଂକ୍ରାନ୍ତ ଆଦେଶନାମା ଗତ ମେ’ ୨୯ ତାରିଖରେ ଜାରି ହୋଇଥିଲା। ଏବେ ନିର୍ବାଚନ ନାହିଁ। ତେଣୁ କ୍ଷତିଭରଣା କରିବାକୁ ଗ୍ରିଡ୍‌କୋ ପାଖରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବା ଦରକାର।

ଏ ସମ୍ପର୍କରେ ଗ୍ରିଡ୍‌କୋ ନିର୍ଦ୍ଦେଶକ(ବିତ୍ତ)ଙ୍କ କହିବା କଥା, ମହାଲେଖାକାରଙ୍କ ପରାମର୍ଶ ଅନୁଯାୟୀ କୌଣସି ଗୋଟିଏ ଆର୍ଥିକ ବର୍ଷ ପାଇଁ କ୍ଷତି ଓ ନିଅଣ୍ଟିଆ ସ୍ଥିତି ସମ୍ଭାବନା ଥିଲେ ଓଇଆର୍‌ସିଙ୍କୁ ଜଣାଇବାକୁ ପଡ଼ିଥାଏ। ଏହି ଦୃଷ୍ଟିରୁ ଆବେଦନ କରାଯାଇଛି।

ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି, ନିର୍ବାଚନ ସରିବା ପରେ କ୍ଷତି ଭରଣା ଆଳରେ ବିଦ୍ୟୁତ ଦର ବୃଦ୍ଧି କରିବାକୁ ସବୁ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରିସାରିଲେଣି। ହେଲେ ବିଦ୍ୟୁତ ଉପଭୋକ୍ତା ସଂଘ କିନ୍ତୁ ଏହାକୁ ଦୃଢ଼ ବିେରାଧ କରିଛି।

ସମ୍ବନ୍ଧିତ ଖବର