ଭୁବନେଶ୍ୱର ବିମାନ ବନ୍ଦରରେ ସ୍ପାଇସ୍‌ଜେଟ୍‌ର ଜରୁରୀ ଅବତରଣ

ଭୁବନେଶ୍ୱର: ଜରୁରୀ ପରିସ୍ଥିତି ଯୋଗୁଁ ରବିବାର ଦିନ ଚେନ୍ନାଇରୁ କୋଲ୍‌କାତା ଯାଉଥିବା ସ୍ପାଇସ୍‌ ଜେଟ୍‌ର ଗୋଟାଏ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବରଣ କରିଛି।

ଏସ୍‌ଜି୬୨୩ଡି ବିମାନରେ ଯାତ୍ରା କରୁଥିବା ଅଶୋକ ଶର୍ମା ନାମକ ଜଣେ ବ୍ୟକ୍ତି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।

ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

୪୮ ବର୍ଷିୟ ସେ ଯାତ୍ରୀଜଣକ ଆଜି ସକାଳ ୯: ୩୫ରେ ବିମାନ ଆରୋହଣ କରିଥିଲେ। ବାଟରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେବାରୁ ସମ୍ପୃକ୍ତ ବିମାନକୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ ପୋର୍ଟରେ ଅବତରଣ କରାଯାଇଥିଲା।

ସମ୍ବନ୍ଧିତ ଖବର