ଭୁବନେଶ୍ବର : ଗ୍ରୁପ ଡି ନିଯୁକ୍ତି କ୍ଷେତ୍ରରେ ବନ୍ଦ ହୋଇଥିବା ନିଯୁକ୍ତି ବ୍ୟବସ୍ଥା ପୁନଃ ପ୍ରଚଳନ, ୬ଷ୍ଠ ବେତନରେ ଥିବା ତ୍ରୁଟି ସଂଶୋଧନ କରି ୭ମ ବେତନ କମିସନ ଅନୁଯାୟୀ ଦରମା ପ୍ରଦାନ, ୨୦୦୬ ମସିହାଠାରୁ ବକେୟା ପ୍ରାପ୍ୟ ପ୍ରଦାନ, ସ୍ଥାୟୀ କର୍ମଚାରୀଙ୍କ ଭଳି ସମାନ କାମକୁ ସମାନ ଦରମା, ୬୦ ବର୍ଷ ପରିବର୍ତେ ଅବସର ବୟସ ସୀମା ୬୨କୁ ବୃଦ୍ଧି ଆଦି ଦାବି କରିଛି ଓଡ଼ିଶା ରାଜ୍ୟ ସରକାରୀ ସ୍ବଳ୍ପ ବେତନଭୋଗୀ କର୍ମଚାରୀ ମିଳିତ ମଞ୍ଚ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହାକ ଗଗନ ଭଞ୍ଜ କହିଛନ୍ତି, ରାଜ୍ୟ ସରକାର ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ଗ୍ରୁପ ଡି ଭିତ୍ତିକ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ୪ ଦଫା ଦାବି ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇ ସପ୍ତାହକ ମଧ୍ୟରେ ଆଲୋଚନାକୁ ଡାକନ୍ତୁ। ନଚେତ ରାଜ୍ୟ ସରକାର କର୍ମଚାରୀଙ୍କ ଆନ୍ଦୋଳନକୁ ସମ୍ମୁଖୀନ ହେବେ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ମହାନ୍ତି, ଅଜୟ କୁମାର ନାୟକ, କୈଳାସ ଚନ୍ଦ୍ର ମଲ୍ଲିକ, ଗଙ୍ଗାଧର ସ୍ବାଇଁ, ଶ୍ୟାମ ସୁନ୍ଦର ଦାସ, ଜିନେଶ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ।