୨୩ରେ ଇପିଏଫ୍‌ଓ ପକ୍ଷରୁ ପେନସନ୍ ଅଦାଲତ

ଭୁବନେଶ୍ବର : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍‌ଓର ଅବସରପ୍ରାପ୍ତ ପେନସନଧାରୀଙ୍କ ପାଇଁ ଆସନ୍ତା ୨୩ତାରିଖରେ ପେନସନ ଅଦାଲତ ଅନୁଷ୍ଠିତ ହେବ। ଜନପଥସ୍ଥିତ ଇପିଏଫ୍‌ଓ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଦାଲତରେ ଯେଉଁ ବ୍ୟକ୍ତିମାନଙ୍କର ପେନସନ ନେଇ ସମସ୍ୟା ରହିଛି ସେ ସବୁର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ଦିନ ୧୧ଟାରୁ ଏହା ଆରମ୍ଭ ହେବ ବୋଲି ଇପିଏଫ୍‌ଓ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର