ସମୁଦ୍ରରେ ମାଛ ଧରୁଥିବା ବେଳେ ବିସ୍ଫୋରଣ: ଜଣେ ଗୁରୁତର

ବାଲେଶ୍ବର : ଭଦ୍ରକ ଜିଲ୍ଲା ଚୁଡ଼ାମଣି ନିକଟ ସମୁଦ୍ର ଭିତରେ ମାଛ ମାରୁଥିବା ବେଳେ ଏକ ବୋଟ୍‌ ନିକଟରେ ବିସ୍ଫୋରଣ ଘଟି ଜଣେ ମତ୍ସ୍ୟଜୀବୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୭ ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଗୁରୁତର ଆହତ ହୋଇଥିବା ମତ୍ସ୍ୟଜୀବୀଙ୍କ ନାମ ବସନ୍ତ କୁମାର ମାଝୀ। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି ଥା‌ନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଘଟଣା ପରେ ବସନ୍ତଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ କେମିତି ଏହି ବିସ୍ଫୋରଣ ଘଟିଲା, ସେ ସମ୍ପର୍କରେ କିଛି ସୂଚନା ମିଳିପାରିନି। ସ୍ଥାନୀୟ ପୁଲିସ ଓ ମେରାଇନ୍‌ ପୁଲିସ ପାଖରେ ମଧ୍ୟ କୌଣସି ସୂଚନା ନାହିଁ। ବୋଟ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିସ୍ଫୋରଣ ଘଟିବାର ସମ୍ଭାବନା ଥାଏ ବୋଲି କିଛି ବୁଦ୍ଧିଜୀବୀ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର