ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ନାଁରେ ଫେକ୍‌ ଆକାଉଣ୍ଟ

କଟକ : ଭୁବନେଶ୍ୱରର ଜଣେ ଚଳଚ୍ଚିତ୍ର ଅଭିନେତ୍ରୀଙ୍କ ନାମରେ ଖୋଲାଯାଇଛି ଫେକ୍‌ ଆକାଉଣ୍ଟ । କେହି ଦୁର୍ବୃତ୍ତ ଆକାଉଣ୍ଟ ଖୋଲିଥିବା ବେଳେ ସୋସିଆଲ ମିି଼ଡ଼ିଆରେ ସାଧାରଣ ଲୋକଙ୍କୁ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହୁଛନ୍ତି । ଏଭଳି ଘଟଣା ଆଜି ସାମ୍‌ନାକୁ ଆସିବା ପରେ ସମ୍ପୃକ୍ତ ଅଭିନେତ୍ରୀ ଜଣକ ଗଣମାଧ୍ୟମରେ ଉକ୍ତ ଆକାଉଣ୍ଟଟି ଫେକ୍‌ ବୋଲି କହିଛନ୍ତି। ଏହି ଘଟଣାକୁ ନେଇ ଆଜି ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ଅଭିନେତ୍ରୀଙ୍କ ନାମ ଏବଂ ଫଟୋ ବ୍ୟବହାର କରି ଫେସ୍‌ବୁକ୍‌ରେ କେହି ଅଜଣା ଦୁର୍ବୃତ୍ତ ନକଲି ଆକାଉଣ୍ଟ ଖୋଲିଥିଲେ । ଏଥିରେ ସେ ରାଜ୍ୟର ଶହ ଶହ ଯୁବକ ଯୁବତୀଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ବନ୍ଧୁତା କରିଥିଲେ । କିଛି ଦିନ କଥାବାର୍ତ୍ତା ହେବା ପରେ ଟଙ୍କା ମାଗିଥିବା ଘଟଣା ସାମ୍‌ନାକୁ ଆସିବା ପରେ ଅଭିନେତ୍ରୀ ଜଣକ ଆଜି ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଏହା ଫେକ୍‌ ଆକାଉଣ୍ଟ ବୋଲି ସ୍ପଷ୍ଟ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର