ନକଲି ଔଷଧ ମାମଲାରେ ପୂର୍ଣ୍ଣଚ୍ଛେଦ

କଟକ : ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ପ୍ରସଂଗକୁ ନେଇ ଦାୟର ମାମଲାରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବାବେଳେ ତଦନ୍ତକାରୀ ସଂସ୍ଥାକୁ ସମୟ ଦିଆଯାଉ। ତଦନ୍ତକୁ ନେଇ ଯଦି ‌ଆବେଦନକାରୀ ଅସନ୍ତୁଷ୍ଟ ହୁଅନ୍ତି ତେବେ ଭବିଷ୍ୟତରେ ଏହି ପ୍ରସଂଗରେ ଆଇନ ଅନୁସାରେ ପଦକ୍ଷେପ ନେଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆମ ଜନତା ଅଧିକାର ଟ୍ରଷ୍ଟର ସହଆବାହକ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ସମ୍ବନ୍ଧିତ ଖବର