କଟକରୁ ନକଲି ଔଷଧ ଜବତ ଘଟଣା: ଏସଟିଏଫରେ ଏତଲା ଦେଲେ ଡ୍ରଗ୍ସ ଇନ୍ସପେକ୍ଟର

ଭୁବନେଶ୍ବର : ନକଲି ଔଷଧ ଜବତ ଘଟଣାରେ କଟକ ଡ୍ରଗ୍ସ ଇନ୍ସେପେକ୍ଟର ଆଜି କ୍ରାଇମବ୍ରାଞ୍ଚ ଏସଟିଏଫରେ ଏତଲା ଦେଇଛନ୍ତି। ଔଷଧ ଜବତ ହୋଇଥିବା ସଂସ୍ଥାର ମାଲିକ ଶିବପ୍ରସନ୍ନ ଜେନାଙ୍କ ନାଁରେ ଲିଖିତ ଭାବେ ଏହି ଏତଲା ଦିଆଯାଇଛି। ଏହାକୁ ଆଧାର କରି ଏସଟିଏଫ୍ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ କଟକ କନିକା ଛକରୁ ଏକ ଗୋଦାମରୁ ବିପୁଳ ପରିମାଣର ବିଭିନ୍ନ ପ୍ରକାର ନକଲି ଔଷଧ ଜବତ କରାଯାଇଥିଲା। ଜବତ ହୋଇଥିବା ଔଷଧର ମୂଲ୍ୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରକୁ ଚେର ଲମ୍ବିଥିବା ଜଣାପଡ଼ିଥିଲା। କ୍ରାଇମବ୍ରା଼ଞ୍ଚ ଏସଟିଏଫ୍ ଘଟଣାର ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର