ବିଲରେ ତଳି ରୋଉଥିବା ବେଳେ ଅଘଟଣ : ଚାଷୀଙ୍କୁ ଗିଳିଦେଲା କୁମ୍ଭୀର, ଉଦ୍ଧାର ହେଲା ଛ‌ାତିରୁ ମୁଣ୍ଡ ପର୍ଯ୍ୟନ୍ତ ଅଂଶ

ଚାନ୍ଦବାଲି : ଘଟଣା ଛାତି ଥରାଇଦେବା ଭଳି। ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ମୃତ୍ୟୁ ସହ ଲଢ଼େଇ କରିଛନ୍ତି। ହେଲେ ଶେଷରେ ତାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ଚାଷୀ ଜଣଙ୍କୁ କୁମ୍ଭୀର ଖାଇ ଦେଇଥିବା ବେଳେ ଶରୀରର ମାତ୍ର ୩୦ ଭାଗ ଅଂଶ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଓରାସାହି ପଞ୍ଚାୟତ ନେଢ଼ୁଆଳି ଗାଁ‌ରେ।

posta.com.mx

ସୂଚନା ଅନୁସାରେ; ନେଢ଼ୁଆଳ ଗ୍ରାମର ବରଜୁ ମାଝୀଙ୍କ ସାନପୁଅ ହେମନ୍ତ ମାଝୀ (୨୮) ବୈତରଣୀ ନଦୀ କୂଳରେ ଥିବା ବିଲରେ ଧାନ ତଳି ରୋଉଥିଲେ। ଏହି ସମୟରେ ତାଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା। ହେମନ୍ତଙ୍କ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜିି କରିବା ସହ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା। ପରେ ନଦୀପଠାରେ ହେମନ୍ତଙ୍କୁ କୁମ୍ଭୀର ଖାଉଥିବା ଦେଖିବାକୁ ମିଳିଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ୭୦ ଭାଗ ଅଂଶ କୁମ୍ଭୀର ପେଟକୁ ଚାଲିଯାଇଥିବା ବେ‌ଳେ କେବଳ ଛାତିରୁ ମୁଣ୍ଡ ପର୍ଯ୍ୟନ୍ତ ଅଂଶ ଉଦ୍ଧାର ହୋଇପାରିଛି।

ସମ୍ବନ୍ଧିତ ଖବର