ପାଗ ଅନୁକୂଳ, କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ ଚାଷୀ ପରିବାର

ରୁପ୍ରା : ମୌସୁମୀ ପ୍ରଭାବରେ ଚାଷ ଅନୁକୂଳ ବର୍ଷା ହୋଇଥିବାରୁ ନର୍ଲା ବ୍ଲକ୍‌ ଅଧୀନ ରୁପ୍ରା, କର୍ମେଗାଁ, ମୁସ୍କୁଟି, ଗିଗିନା, ଟକର୍ଲା ଓ ଭୀମକେଲା ଗ୍ରାମ ପଞ୍ଚାୟତ ସମେତ ନର୍ଲା ବ୍ଲକ୍‌ ଅଞ୍ଚଳରେ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଚାଷୀ ପରିବାର। ଅର୍ଥକାରୀ ଫସଲ ଧଳାସୁନାର ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ପୂରାଦମରେ ଲାଗିପଡ଼ିଛନ୍ତି ସଂପୂର୍ଣ୍ଣ ପରିବାର।

ଧାନଚାଷ ହେଉଥିବା ଜମିଗୁଡ଼ିକରେ ହଳ ଓ ଟ୍ରାକ୍ଟର୍ ସାହାଯ୍ୟରେ କ୍ଷେତ୍ର ପ୍ରସ୍ତୁତ କରି ଧାନ ବୁଣାବୁଣି ଆରମ୍ଭ ହୋଇଯାଇଛି। କିନ୍ତୁ ଧାନ ରୋଇବା ପାଇଁ ଧାନତଳି ପକାଇବା ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଏହି ଅଞ୍ଚଳରେ ଇନ୍ଦ୍ର ଦେବତାଙ୍କ ଭରସାରେ ଚାଷ ହୋଇଥାଏ। ଜଳସେଚନ ପାଇଁ କୌଣସି ସୁବିଧା ନଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଏଣୁ ମେଗା ପ୍ରୋଜେକ୍ଟ୍ ମାଧ୍ୟମରେ ଜଳସେଚନର ବ୍ୟବସ୍ଥା କରିବା ପାଇଁ ସମାଜସେବୀ ମନୋଜ ପଟ୍ଟନାୟକ ତଥା ଚାଷୀମାନେ ଦାବି କରିଛନ୍ତି। ଏନେଇ ସ୍ଥାନୀୟ ବିଧାୟକ ଏବଂ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର