ଅଧାରେ ଅଟକିଗଲେ ଚା‌ଷୀ : ସମାବେଶ ବାତିଲ, ଗିରଫ ହେଲେ ଚାଷୀ

୩ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍‌, ମନ୍ତ୍ରୀସ୍ତରୀୟ କମିଟିକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ

ଭୁବନେଶ୍ବର : ପ୍ରତିଶ୍ରୁତି ମୁତାବକ, ଆଜି ରାଜ୍ୟ ସରକାର ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ। ଚାଷୀଙ୍କ ସହିତ ଆଲୋଚନା ପରେ ଟର୍ମସ ଆଣ୍ଡ ରେଫରେନ୍ସ ପ୍ରସ୍ତୁତ ହେବ ବୋଲି ସରକାରଙ୍କ ପକ୍ଷକୁ କୁହାଗଲା। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ନବନିର୍ମାଣ କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିବା ସହିତ ଏହାକୁ ଧୋକା ବୋଲି କହିଛନ୍ତି। ଏହାସତ୍ତ୍ବେ ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ ଦାବି ନେଇ ନବନିର୍ମାଣ କୃଷକ ସଂଗଠନର ଭୁବନେଶ୍ବର ସମାେବଶ ଆଜି ହୋଇପାରିନାହିଁ। ଧାରଣାସ୍ଥଳରେ ଚାଷୀ ପହଞ୍ଚିପାରିେଲନି, ଆଉ ଶେଷ ମୁହୂର୍ତରେ ଆଜିର ବିେକ୍ଷାଭ ସମାେବଶକୁ ବାତିଲ କରାଯାଇଥିଲା। ଏଥିସହିତ ୭ ଦିନିଆ ଚାଷୀ ଆନ୍ଦୋଳନର ଆଜି ପରସମାପ୍ତି ଘଟିଛି। ପରବର୍ତୀ କାର୍ଯ୍ୟକ୍ରମ କଣ େହବ, ତାହା ସଂଗଠନ ଖୁବ୍‌ଶୀଘ୍ର ଜଣାଇବେ ବୋଲି ଚାଷୀେନତା କହିଛନ୍ତି।

୧୪୪ ଧାରା ଜାରି କରି ପୁଲିସ ରାଜଧାନୀ ଉପକଣ୍ଠରେ ଶହ ଶହ ଚାଷୀଙ୍କୁ ରବିବାର ଠାରୁ ଅଟକାଇଥିଲା। ଆଜି ସରକାର ଦାବି ପୂରଣ କରିନଥିବା କହି ମଧ୍ୟାହ୍ନ ପରେ ଚାଷୀମାନେ ସମାେବଶ ପାଇଁ ଆଗକୁ ବଢିଥିେଲ। ହେଲେ ପୂର୍ବରୁ ପ୍ରସ୍ତୁତ ରହିଥିବା ପୁଲିସ ୧୪୪ ଧାରା ଉଲ୍ଲଂଘନ ଅଭିେଯାଗରେ ସେମାନଙ୍କୁ ଗିରଫ କରିଥିଲା।

ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଷୀ-ସରକାର-ପୁଲିସ ମଧ୍ୟରେ ଯେଉଁ ଛକାପଞ୍ଝା ଲାଗି ରହିଥିଲା, ତାର ପରିଣାମ କିନ୍ତୁ ଭୀଷଣ ଭାବେ ପଡିଛି। ଜାତୀୟ ରାଜପଥ ଅବରୋଧ ହୋଇଯିବା କାରଣରୁ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡିଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ନୟାନ୍ତ ହୋଇଥିଲେ।

ଏହା ସତ୍ତ୍ବେ ଅର୍ଥମନ୍ତ୍ରୀ ଶଶିଭୂଷଣ େବହେରା ଆଶାବାଦୀ ଅଛନ୍ତି ଯେ ଚାଷୀ ନେତାମାେନ ମନ୍ତ୍ରୀସ୍ତରୀୟ କମିଟିକୁ ଗ୍ରହଣ କରିେବ ଓ ସେମାନଙ୍କ ସହିତ ଆେଲାଚନା ଆଧାରରେ ଆଗକୁ କିଛି ଗୋଟାଏ ଠୋସ୍ ନିଷ୍ପତ୍ତି ନିଆଯିବ। ଚାଷୀ ନେତାମାେନ କିନ୍ତୁ ନଛୋଡବନ୍ଧା। ଆଜିର ଘଟଣାକୁ ଚାଷୀ ନେତା ଅକ୍ଷୟ କୁମାର ନିନ୍ଦା କରିଛନ୍ତି। ସରକାରଙ୍କୁ ସେ ଚେତାବନୀ ଦେଇଛନ୍ତି, ଯଦି ଚାଷୀଙ୍କୁ ଭୁବନେଶ୍ୱର ସହର ମନା, ତା’ହେଲେ ନେତାମାନଙ୍କୁ ଗାଁ ମନା । ଭୋଟ୍‌ ମାଗିବାକୁ କୌଣସି ନେତା ଗାଁକୁ ଯାଇପାରିବେ ନାହିଁ । ଭୋଟ୍‌ ଗ୍ରହଣ ପାଇଁ ପୁଲିଂ ବାକ୍ସ ବି ଗାଁକୁ ଯାଇପାରିବ ନାହିିଁ।

ଗତକାଲି ରାତିରେ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଚାଷୀଙ୍କ ସହିତ ଆେଲାଚନା କରିବା ଲାଗି ପଠାଯାଇଥିଲା। ଏକ ମନ୍ତ୍ରୀସ୍ତରୀୟ କମିଟି କରି ଚାଷୀଙ୍କ ଦାବି ସଂପର୍କରେ ଆେଲାଚନା କରିବା ସହିତ ଠୋସ୍ ନିଷ୍ପତ୍ତି ନେବା ଲାଗି ଶ୍ରୀ ବେହେରା ପ୍ରସ୍ତାବ ଦେଇଥିଲେ। ଏହି କ୍ରମରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ନିେର୍ଦଶନାମା ଜାରି କରାଯାଇଥିଲା। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାେର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟିେର କୃଷି ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅଛନ୍ତି। ଖୁବ୍‌ଶୀଘ୍ର କମିଟି ଟର୍ମସ ଆଣ୍ଡ ରେଫରେନ୍ସ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଥିଲା।

ସଚିବାଳୟରେ ଅର୍ଥ ମନ୍ତ୍ରୀ କହିଥିେଲ, ରାଜ୍ୟ ସରକାର ଚାଷୀଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସ୍ବତନ୍ତ୍ର କୃଷି ବଜେଟ୍ ପ୍ରସ୍ତୁତ କରାଯାଉଛି। ସରକାର କୃଷି କ୍ୟାବିେନଟ୍ ଗଠନ କରିଛନ୍ତି। ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି ଏବଂ ଗତ ୧୦ ବର୍ଷ ମଧ୍ୟରେ ଜଳସଂପଦ ବିଭାଗର ବଜେଟରେ ବଡ଼ ବୃଦ୍ଧି ଘଟିଛି। ସ୍ବାମୀନାଥନ୍ କମିଟି ଯେଉଁ ସୁପାରିସ କରିଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନିେଜ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉତ୍ପାଦନ ଖର୍ଚର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ କରିବା ଲାଗି େକନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ କାର୍ଯ୍ୟକାରୀ କରିବା ଲାଗି ବିଧାନସଭାେର ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି। ସ୍ବତନ୍ତ୍ର ଗୃହ କମିଟି ଗଠନ କରାଯାଇଛି। ଏହା ପରେ ବି ଚାଷୀ ସଂଗଠନ ଯେଉଁ ଦାବି ଉପସ୍ଥାପନ କରୁଛନ୍ତି, ତାହା ପ୍ରତି ସରକାର ସଚେତନ ଅଛନ୍ତି ଓ ଖାସ୍ ଏଥିପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଆେଲାଚନା ଭିତ୍ତିରେ ସେମାନଙ୍କ ସମସ୍ୟା ସମାଧାନ କରାଯାଇପାରିବ।

ସେପଟେ ଚାଷୀ ନେତା ଅକ୍ଷୟ କୁମାର କହିଛନ୍ତି, ଚାଷୀଙ୍କୁ ଭତ୍ତା ଦେବା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇନି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଷୀମାନେ କୁଆଡ଼େ ଯିବେ ନାହିଁ। ଲଢ଼େଇ ତୀବ୍ରତର ହେବ। ପ୍ରତି ବ୍ଳକ୍ ଓ ଗାଁରେ ଏହି ଆନ୍ଦୋଳନ ବ୍ୟାପିବ । ସରକାରଙ୍କ ଦମ୍ ଥିଲେ ଅଟକାଇ ଦେଖାନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ମୁହାଁ ହୋଇଥିବା ନବ ନିର୍ମାଣ କୃଷକ ସଂଗଠନ ଆଜି ପୁଲିସ ସହ ମୁହାଁମୁହିଁ ହୋଇଥିଲା। ଭୁବନେଶ୍ବରକୁ ମାଡି ଆସୁଥିବା ଚାଷୀଙ୍କୁ ଗୋଟିଏ ପଟେ ନହରକଣ୍ଟାଠାରେ ପୁଲିସ୍‌ ଅଟକାଇ ଥିବା ବେଳେ ଖୋର୍ଦ୍ଧା ପଟୁ ଆସୁଥିବା କୃଷକଙ୍କୁ ଖଣ୍ଡଗିରି ଠାରେ ପୁଲିସ୍‌ ଅଟକାଇଥିଲା। ଉଭୟ ସ୍ଥାନରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ରାଜପଥ ଅବରୋଧ ହୋଇ ରହିଥିଲା।

ପୁଲିସ୍‌ ପକ୍ଷରୁ ୩୦ ପ୍ଲାଟୁନ୍‌ ଫୋର୍ସ ସହ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଡେପୁଟି କମିସନର ଅନୁପ ସାହୁଙ୍କ ସମେତ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ୍ ଚାଷୀମାନଙ୍କୁ ବୁଝାଇବାରେ ବ୍ୟର୍ଥ ହୋଇଥିେଲ। ୧୨ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ସାଢ଼େ ୩ ଘଣ୍ଟା ଧରି ରାଜପଥ ଜାମ୍‌ ରହିଥିଲା।

େଶଷରେ ୧୪୪ ଧାରା ଅବମାନନା ଅଭିଯୋଗରେ ପୁଲିସ ଅପରାହ୍ନରେ ଗିରଫଦାରି ଆରମ୍ଭ କରିଥିଲା। କିଛି ଚାଷୀ ତମାଣ୍ଡୋ ଠାରେ ପ୍ରଥମ ବାରିକେଡ଼୍ ଡେଇଁ ଚାଲି ଆସିବା ପରେ ଖଣ୍ଡଗିରି ଠାରେ େସମାନଙ୍କୁ ଗିରଫ କରାଯାଇଥିଲା।

ଆଜିର ଆନ୍ଦୋଳନ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, କଂଗ୍ରେସର ମହମ୍ମଦ ମୋକିମ୍‌, କଂଗ୍ରେସ କୃଷକ ସେଲ୍‌ର ଅମୀୟ ପଟ୍ଟନାୟକ ଓ ରବି ଦାସ ପ୍ରମୁଖ େଯାଗ େଦଇଥିେଲ। ନହରକଣ୍ଟାରେ ଅକ୍ଷୟ କୁମାର ଓ ଖଣ୍ଡଗିରିରେ ହୋଇଥିବା ବିକ୍ଷୋଭର ନେତୃତ୍ବ ଶେଷଦେବ ନନ୍ଦ ନେଇଥିେଲ।

ଚାଷୀମାେନ ଅକ୍ଟୋବର ୨୯ରୁ ଯାଜପୁରର କୁଆଖିଆ ଓ ଖୋର୍ଦ୍ଧାର ବାଲୁଗାଁରୁ ପଦଯାତ୍ରାରେ ଭୁବନେଶ୍ୱର ଆସିଥିଲେ । ତେବେ ପୁଲିସ ସେମାନଙ୍କୁ ତମାେଣ୍ଡା ଓ ହଂସପାଳ ନିକଟରେ ଅଟକ ରଖି ସହର ଭିତରକୁ ଯିବାକୁ ଦେଇନଥିଲା ।

ସମ୍ବନ୍ଧିତ ଖବର