ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ବାପ ଓ ପୁଅଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ଶୁକ୍ରବାର ରାତିରେ ମାଥିଲି ଥାନା ଅନ୍ତର୍ଗତ ମାଳିଗୁଡ଼ା ଠାରେ ଜଣେ ବାପା ଓ ତାଙ୍କ ପୁଅକୁ ହତ୍ୟା କରାଯାଇ ସେମାନଙ୍କ ଶବ ନଦୀକୂରେ ଫିଙ୍ଗି ଦିଆଯାଇଛି।

ନିହତ ବ୍ୟକ୍ତି ହେଉଛନ୍ତି ସଦନ ମାଳୀ ଏବଂ ତାଙ୍କ ପୁଅ ନୀଳେନ୍ଦ୍ର ମାଳୀ।

ଗୁଣୀଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମବାସୀ ସେମାନଙ୍କୁ ତିନି ବର୍ଷ ହେବ ବାସନ୍ଦ କରି ଏକଘରକିଆ କରିଦେଇଥିଲେ। ଗତ ରାତିରେ ବାପ ଓ ପୁଅ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ତୀକ୍ଷ୍ମ ଅସ୍ତ୍ର ଯୋଗେ ହତ୍ୟା କରାଯାଇଛି। ଏହାପରେ ଆତତାୟୀମାନେ ଶବ ଦୁଇଟିକୁ ମାଳିଗୁଡ଼ା ନଦୀକୂଳରେ ଫିଙ୍ଗି ଦେଇଥିଲେ।

ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ବ୍ୟକ୍ତି ମାଥିଲି ଥାନାରେ ଆତ୍ମସମର୍ପଣ କରିଛନ୍ତି ବୋଲି ପୁଲିସ କହିଛି।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର