‘ସମ୍ବାଦ’ କର୍ମଚାରୀଙ୍କ ପିତୃବିୟୋଗ

ବାଲେଶ୍ବର: ‘ସମ୍ବାଦ’ କର୍ମଚାରୀ ପ୍ରିୟରଂଜନ ପାତ୍ରଙ୍କ ବାପା ପଞ୍ଚାନନ ପାତ୍ର (୭୨)ଙ୍କ ପରଲୋକ ଘଟିଛି। ଦୀର୍ଘଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ବୁଧବାର ରାତି ୮ଟା ବେଳେ ପଞ୍ଚାନନ ବାଲେଶ୍ବର ସହର ଉପକଣ୍ଠ କରଞ୍ଜିଆ ପଞ୍ଚାୟତର ଭୋଇସାହିସ୍ଥିତ ଘରେ ଥିବା ବେଳେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ। ଶେଷ ସମୟରେ ତାଙ୍କ ନିକଟରେ ବଡ଼ପୁଅ ପରମାନନ୍ଦ, ଗୋକୁଳାନନ୍ଦ, ଚିତ୍ତରଂଜନ ଓ ପ୍ରିୟରଂଜନ ଉପସ୍ଥିତ ଥିଲେ।

ପଞ୍ଚାନନ ଜଣେ ସରଳ, ନିଷ୍କପଟ ଓ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀ ଶୋକ ପ୍ରକାଶ କରିଛନ୍ତି। ‘ସମ୍ବାଦ’ ପରିବାର ପକ୍ଷରୁ ମଧ୍ୟ ଶୋକ ପ୍ରକାଶ ପାଇଛି। ଏଥିସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇ ପରିବାର ପ୍ରତି ସମବେଦନା ଜଣାଯାଇଛି। ଛତୁଆପୋଖରୀସ୍ଥିତ ଶ୍ମଶାନରେ ପଞ୍ଚାନନଙ୍କ ଶେଷକୃତ୍ୟ ହୋଇଛି।

ସମ୍ବନ୍ଧିତ ଖବର