କର୍ଲାପାଟରେ ମାଈ ହାତୀର ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟ କର୍ଲାପାଟ ନିକଟ ତେନ୍ତୁଳିପଦର ଗାଁରେ ଗତ ୧ତାରିଖ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରି ହାତୀର ଶବ ଜବତ କରିଛି। ଜିଲ୍ଲା ପ୍ରାଣୀ ବିଭାଗର ଡାକ୍ତରଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ ହୋଇଛି। ପରେ ମୃତଦେହକୁ ମାଟିରେ ପୋତି ଦିଆଯାଇଛି।

ଏନେଇ ଦକ୍ଷିଣ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାରଙ୍କୁ ପଚାରିବାରୁ, ଗତ ଫେବ୍ରୁଆରି ୧ତାରିଖ ସାଢ଼େ ୧ଟାରେ ହାତୀର ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ୫ଟାରେ ବ୍ୟବଚ୍ଛେଦ କରାଯାଇ ନିୟମ ମୁତାବକ ମାଟିରେ ପୋତାଯାଇଛି। ହାତୀଟି ଗର୍ଭବତୀ ଥିବାରୁ ତାକୁ ସେଫଟିସେମିଆ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ବୋଲି କହିଥିଲେ। ଅନ୍ୟପଟେ ହାତୀ ମୃତ୍ୟୁ ଘଟଣାର ତଦନ୍ତସାପେକ୍ଷ ବୋଲି ସାଧାରଣରେ ଦାବି ହୋଇଛି। ଏନେଇ ଜିଲ୍ଲା ପ୍ରାଣୀ ବିଭାଗ ଉପନିର୍ଦେଶକଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ବନ ବିଭାଗ ପକ୍ଷରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର