ପୁରୀ : ଘରେ ଘରେ ଜ୍ୱର, ଚିନ୍ତାରେ ଲୋକେ

ପୁରୀ : ଏବେ ଘରେ ଘରେ ଜ୍ୱର ବ୍ୟାପିଲାଣି। କୋଭିଡ୍‌ ପରୀକ୍ଷା ପାଇଁ ଚାରି ଚାରି ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାରୁ ଲୋକେ କୋଭିଡ୍‌ ପରୀକ୍ଷା କରାଇବାକୁ ଆଉ ଆଗଭର ହେଉନାହାଁନ୍ତି। ଯେଉଁମାନେ ଧାଡ଼ିରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ କଷ୍ଟ କରି କରୋନା ପରୀକ୍ଷା କରାଉଛନ୍ତି, ସେମାନେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ପ୍ରାଥମିକତା ନ ଦେଇ ସେମାନଙ୍କ ଘର ସମ୍ମୁଖରେ ଷ୍ଟିକର ମାରିବାକୁ ଗୁରୁତ୍ବ ଦିଆଯାଉଛି। କରୋନା ଆକ୍ରାନ୍ତଙ୍କୁ ସେମାନଙ୍କ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ସେମାନଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବିଳମ୍ବ ହେଉଛି। ଏଭଳି ସ୍ଥିତିରେ ସହରର ବିଭିନ୍ନ ଗଳିକନ୍ଦିରେ ଜ୍ୱର ରୋଗୀଙ୍କ ବୃଦ୍ଧି ଚିନ୍ତା ବଢ଼ାଇଲାଣି।

ଏବେ ଘରେ ଘରେ ଜ୍ୱର ବ୍ୟାପିଲାଣି। ଏହି ଜ୍ୱରକୁ ଲୋକେ କରୋନା ସଂକ୍ରମଣଜନିତ ଜ୍ୱର ଭାବେ ଗ୍ରହଣ କରୁନାହାଁନ୍ତି। ଏହା ଭାଇରାଲ ଜ୍ୱର କିମ୍ବା ଟାଏଫଏଡ୍‌ ଜ୍ୱର ବୋଲି ଭାବି କିଛି ଦିନ ସେଦିଗରେ ଔଷଧ ଖାଉଛନ୍ତି। ଜ୍ୱର ହୋଇ ରୋଗୀ ଦୁର୍ବଳ ହୋଇଯିବା ପରେ କୋଭିଡ୍‌ ପ୍ରେସ୍‌କ୍ରିପ୍ସନ ଅନୁଯାୟୀ ଲିଭୋସେଟ୍ରିଜିନ୍‌, ଆଜିଥ୍ରୋମାଇସିନ୍‌, ଭିଟାମିନ୍‌ ସି ଭଳି ଔଷଧ ଖାଇ ସୁସ୍ଥ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଘରକୁ ଘର ବୁଲି ସଂକ୍ରମିତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହକୁ ଗୁରୁତ୍ବ ଦେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର