ୟୁଜି/ପିଜି ଶେଷ ବର୍ଷର ପରୀକ୍ଷା ହେବ; ତାରିଖ ନେଇ ନିଷ୍ପତ୍ତି ନେବେ ବିଶ୍ୱବିଦ୍ୟାଳୟ ଓ ଅଟୋନମସ ୟୁନିଭର୍ସିଟି

ଭୁବନେଶ୍ୱର: ଛାତ୍ରାଛାତ୍ରୀଙ୍କ ପାଇଁ ବଡ ଖବର । ଅନଲାଇନରେ ହେବ ୟୁଜି/ ପିଜି ଶେଷ ବର୍ଷର ପରୀକ୍ଷା । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।  ପରୀକ୍ଷା କିପରି ହେବ ଏ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ହୋଇଛି ।

ସୂଚନାନୁସାରେ, କୁଳପତିଙ୍କ ସମ୍ମିଳନୀରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । କେବଳ ଯୁକ୍ତ ତିନି ଏବଂ ସ୍ନାତକ ଶେଷ ସେମିଷ୍ଟାର ପାଇଁ ଏହା ଉଦ୍ଧିଷ୍ଟ । ଘରେ ସୁବିଧା ନଥିଲେ ନିକଟ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ପୂର୍ବ ପରୀକ୍ଷା ଅବା ବ୍ୟାକ୍ ପରୀକ୍ଷା ମଧ୍ୟ ଅନଲାଇରେ ହେବ । ପରୀକ୍ଷା ତାରିଖ ନେଇ ବିଶ୍ୱବିଦ୍ୟାଳୟ ଓ ଅଟୋନମସ ୟୁନିଭର୍ସିଟି ନିର୍ଦ୍ଧାରିତ କରିବେ । ଅନଲାଇନରେ ପରୀକ୍ଷା କିପରି ହେବ ସେ ନେଇ ମଧ୍ୟ ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ନେବେ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ କିପରି ପରୀକ୍ଷା କରିବେ । ଅଗଷ୍ଟ ଓ ସେପ୍ଟେମ୍ବରରେ ଫଳ ପ୍ରକାଶ ପାଇବ । ଯୁକ୍ତ ତିନି ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ । ସେହିପରି ସ୍ନାତକର ପ୍ରଥମ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ ।

ସମ୍ବନ୍ଧିତ ଖବର