ନୟାଗଡ଼ରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ ଅନୁମତି

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅଧିନସ୍ଥ ନୂଆ ଗାଁ ପଂଚାୟତ ଧୁନ୍ଦୁଗାଡ଼ିଆ ଗାଁରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ । ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୋକ୍ସୋ କୋର୍ଟରେ ପୁଲିସ ଆବେଦନ କରିଥିଲା ।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ମଧ୍ୟାହ୍ନରୁ ଗାଁ ଦାଣ୍ଡରେ ଖେଳୁଥିବା ୬ ବର୍ଷର ଶିଶୁ କନ୍ୟା ନିଖୋଜର ୫ ଦିନ ପରେ ପୁଲିସ ଗ୍ରାମ ପଛପାଖ ଜଙ୍ଗଲରୁ ଗଳିତ ଶବ ଉଦ୍ଧାର କରିଥିଲା । ତେବେ ଶିଶୁର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ କରାଯାଇଥିଲା । ଶିଶୁ କନ୍ୟା କ୍ଷଣିକ ସମୟ ମଧ୍ୟରେ ନିଖୋଜ ହୋଇଯାଇଥିଲା।

ଏହାରି ଭିତରେ ନୟାଗଡ ଏସପି ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୁଷ୍କର୍ମ ଉଦ୍ଦେଶ୍ୟରେ ଶିଶୁକନ୍ୟାକୁ ହତ୍ୟା କରାଯାଇଛି । ଶିଶୁକନ୍ୟାକୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ରଶିରେ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ନୟାଗଡରୁ ପ୍ରାୟ ୧୨୦ କିଲୋମିଟର ଦୂର ବାଣିଗୋଚ୍ଛା ଥାନା ଅନ୍ତର୍ଗତ ନୂଆ ଗାଁ ପଂଚାୟତରେ କୁନି ଝିଅ ବେବି ଗାଁ ଦାଣ୍ଡରେ୍ ଖେଳୁଥିଲା । ହେଲେ ହଠାତ୍ ତାର ଆଉ କିଛି ପତା ମିଳିଲା ନାହିଁ । ବାପା ମାଆ ଖୋଜାଖୋଜି କରି ନପାଇବା ପରେ ଗତ ୧୩ ତାରିଖରେ୍ ଏଫଆଇଆର ଦେଇଥିଲେ । ଏହାପରେ ପୁଲିସ ଏକ ଟିମ ପଠାଇ ଗାଁରେ ଖୋଜାଖୋଜି କରିଥିଲା । ଗାଁର ଦୁଇ ଜଣ ପିଲାଙ୍କ ସହାୟତାରେ ପୁଲିସ ଗାଁ ମୁଣ୍ଡର ଏକ ନିଛାଟିଆ ଜାଗାରେ ବେବିର ମୃତଦେହ ପାଇଥିଲା ।

ସମ୍ବନ୍ଧିତ ଖବର