ଆଇଟମ୍ ଗର୍ଲ ରାନୀ ଓ ଯାତ୍ରା ପାର୍ଟି ମାଲିକଙ୍କ ବିରୋଧରେ ଏତଲା

ଖଣ୍ଡଗିରି: କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ଆଇଟମ ଗର୍ଲ ରାନୀ ଓ ଯାତ୍ରା ପାର୍ଟି ମାଲିକଙ୍କ ବିରୋଧରେ ଏତଲା ଦେଇ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରାଯାଇଛି। ପରିବାର ସହ ଏପରି ଅଶ୍ଚୀଳ ନୃତ୍ୟ ଦେଖିହେବ ନାହିଁ। ବଲିଉଡ଼୍‌ ଆଇଟମ୍‌ ଗାର୍ଲ ସନ୍ନି ଲିୟନିଙ୍କ ଠାରୁ ବି ରାନୀ ବଳିଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ସବୁକିଛି ଜାଣି ଅଶ୍ଳୀଳତାକୁ କାହିଁକି ରୋକାଯାଉନି ବୋଲି ପୁଲିସ ଓ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛି କଳିଙ୍ଗ ସେନା ।

ଖଣ୍ଡଗିରି ଏକ ଐତିହାସିକ ଓ ଧାର୍ମିକ ପୀଠ । ଏଠାରେ ମୁନି ଋଷିମାନେ ତପସ୍ୟା କରୁଛନ୍ତି । ଏହା ଏକ ସାଧନାର ପୀଠ। ଓଡ଼ିଶାର ଐତିହ୍ୟ ପରମ୍ପରାର ଉତ୍ସ ଖଣ୍ଡଗିରି । ଏପରି ପବିତ୍ର ସ୍ଥାନରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ। ଆଗାମୀ ଦିନରେ ଏପରି ଅଶ୍ଳୀଳ ନୃତ୍ୟ ହେଲେ ପରିସ୍ଥିତି ଭୟାବହ ହେବ । ଦରକାର ପଡ଼ିଲେ ପୁଣି ବିଛୁଆତିର ପ୍ରୟୋଗ କରାଯିବ ବୋଲି କଳିଙ୍ଗ ସେନା କହିଛି।

ଏ ଅଭିଯୋଗ ପରେ ଆଇଟମ ଗାର୍ଲ ରାଣୀ ପଣ୍ଡା କହିଛନ୍ତି, ମୁଁ ଯାହା କରିଛି ଠିକ କରିଛି । ସେପଟେ ଯାତ୍ରାରେ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି କମିସନରେଟ ପୁଲିସ ସତ୍ୟଜିତ ମହାନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ଯାତ୍ରା ସଚିଦାନନ୍ଦରେ ଆଇଟମ୍‌ ଡ୍ୟାନ୍‌ସର ରାନୀ ହଠାତ ମଂଚ ତଳକୁ ଓହ୍ଲାଇ ଜଣେ ଦର୍ଶକଙ୍କ କାନକୁ କାମୁଡି ଦେଇଥିଲେ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର