କାକଟପୁର ପ୍ରସିଦ୍ଧ ମଙ୍ଗଳାମନ୍ଦିରରେ ଲାଗିଲା ନିଆଁ, ନିଆଁ ଲିଭାଇବାକୁ ଦମକଳ ବାହିନୀ ମଗିଲା ଲାଞ୍ଚ

ଭୁବନେଶ୍ୱର: ସାଧାରଣତଃ ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇିଁ ଦମକଳ ଗାଡି ଆସିଥାଏ । ମଙ୍ଗଳବାର କାକଟପୁର ମନ୍ଦିରରେ ଲାଗିଥିବା ନିଆଁକୁ ଲିଭାଇବା ପାଇିଁ ଅସିନଥିଲାଦମକଳ ଗାଡି, କାରଣ ଆଗୁଆ ୧୦ହଜାର ଟଙ୍କା ଜମା କରିନଥିଲା ମନ୍ଦିରର ଟ୍ରଷ୍ଟ ବୋର୍ଡ । ସରକାରଙ୍କ ନୂଆ ନିୟମ ଅନୁଯାଇ ଆଗୁଆ ଟଙ୍କା ଦେଲେ ମିଲିବ ସୁରକ୍ଷା, ନହଲେ ଅଗ୍ନି ନିରାପତା ପାଇିଁ ଆସିବନି ଦମକଳ ଗାଡି । ମେଳା ମହୋସ୍‌ବରେ ହଜାର ହଜାର ଲୋକ ଆସିଥାନ୍ତି, ଯେ କୌଣଷି ସମୟରେ ଅଘଟଣ ଘଟିବାର ସମ୍ଭାବନା ଥାଏ କିନ୍ତୁ ଏଠି ବାଜିରେ ଲାଗିଛି ସୁରକ୍ଷା । ଅଗୁଆ ଟଙ୍କା ଦେଲେ ସୁରକ୍ଷା ଯୋଗାଇ ଦେଉଛନ୍ତି ସରକାର ନହଲେ ଲୋକଙ୍କ ଜୀବନକୁ ବିପଦ ମୁହକୁଁ ଠେଲି ଦିଆଯାଉଛି ।

ଗତ ମାର୍ଚ୍ଚ ୧୩ ଚୈତ୍ର ମଙ୍ଗଳବାର ହୋଇଥିବାରୁ ମା’ ମଙ୍ଗଳା ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭକ୍ତମାନେ ପୂଜାପାଠ କରୁଥିବା ବେଳେ ହଠାତ୍‌ ଦୀପ ଷ୍ଟାଣ୍ଟ ଜଳି ଉଠିଥିଲା ।ଭକ୍ତମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡିବାରେ ଲାଗିଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା ମାନେ ନିଆଁକୁ ଲିଭାଇବା ପାଇିଁ ଆଗେଇ ଆସିଥିଲେ । ଫଲରେ ଏକ ବଡ ଅଘଟଣ ଏଡାଇ ଯାଇଥିଲା । କିନ୍ତୁ ନିଆଁ ଲିଭାଇବା ପାଇିଁ ଦମକଳ ଗାଡିର ଦେଖାନଥିଲା ।

ସମ୍ବନ୍ଧିତ ଖବର