ଧର୍ମଶାଳା : ଅଗ୍ନିକାଣ୍ତରେ ୩ବଖରା ଜଳିଗଲା

ଧର୍ମଶାଳା : ଧର୍ମଶାଳା ତହସିଲ ଅନ୍ତର୍ଗତ ଦୁଇଟି ସ୍ଥାନରେ ଅଗ୍ନିକାଣ୍ତ ଘଟି ୩ ବଖରା ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଉଭୟ ସ୍ଥାନରେ ଚଣ୍ତିଖୋଲ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କୋତପୁର ପଞ୍ଚାୟତ ଭଗବାନପୁର ଗ୍ରାମର ପ୍ରଫୁଲ୍ଲ କୁମାର ଜେନାଙ୍କ ଘରେ ଆଜି ଦିନ ପ୍ରାୟ ସାଢେ ଗୋଟାଏରେ ନିଆଁ ଲାଗିଯାଇଥିଲା। ରୋଷେଇ କରୁଥିବା ସମୟରେ ଚୁଲିରୁ ନିଆଁ ଉଠି ଛଣ ଛପରରେ ଲାଗି ଯାଇଥିଲା। ଫଳରେ ୨ବଖରା ଘର ଜଳି ଯାଇଥିଲା। ଘରେ ଥିବା ଧାନଚାଉଳ, ଲୁଗାପଟା, ବାସନକୁସନ ଆଦି ବିଭିନ୍ନ ଆସବାବପତ୍ର ପୋଡ଼ି ଯାଇଥିଲା। ସେହିପରି ଗତକାଲି ସଂଧ୍ୟାରେ ଜାରକା ପୁଲିସ୍‌ ବିଟ୍ ହାଉସ୍‌ ନିକଟରେ ଥିବା ପର୍ଶୁରାମ ମଲିକଙ୍କ ଏକ ଚାଳିଆ ଘର ଜଳିଯାଇଥିଲା। ଏଠାରେ ଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇ ଯାଇଥିଲା।।

ସମ୍ବନ୍ଧିତ ଖବର