ଶିଶୁ ଭବନ ଏସ୍‌ଏନସିୟୁ ୱାର୍ଡରେ ଅଗ୍ନିକାଣ୍ଡ, ବ˚ଚିଗଲେ ୧୩୦ ଗୁରୁତର ଶିଶୁ

ବାଜିଲାନି ସାଇରନ୍; ଶିଶୁ ଭବନ ଅଧ ଘଣ୍ଟା ଅନ୍ଧାର

କଟକ : ଶିଶୁଭବନରେ ଆଜି ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ମେଡିକାଲ୍‌ ଵାର୍ଡ କୋଠାର ଏସ୍‌ଏନସିୟୁ ଵାର୍ଡ-୧ରେ ଲାଗିଥିବା ଏମ୍‌ସିପିରେ ଅପରାହ୍ନ ୫ଟା ପାଖାପାଖି ସମୟରେ ଅଗ୍ନିକାଣ୍ତ ଘଟିଛି। ବିଦ୍ୟୁତ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ତ ଘଟିଥିବା କୁହାଯାଉଥିବା ବେଳେ ଏଥିରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। । କିନ୍ତୁ ଏହି ଘଟଣା ପରେ ନ୍ୟୁ ମେଡିକାଲ୍‌ ଵାର୍ଡ ପ୍ରାୟ ଅଧଘଣ୍ଟା ପାଇଁ ଅନ୍ଧାର ହୋଇଯାଇଥିଲା। ରୋଗୀ ଅଭିଭାବକ ଆତଙ୍କିତ ହୋଇ ଗୁରୁତର ଶିଶୁ ରୋଗୀଙ୍କୁ ଧରି ଵାର୍ଡ ବାହାରକୁ ଚାଲି ଆସିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବକ୍ସିବଜାର ଦମକଳ ଗାଡ଼ି ପହଞ୍ଚି ଥିଲା। ଏଭଳି ସ୍ଥିତିରେ କିନ୍ତୁ ନ୍ୟୁ ମେଡିକାଲ୍‌ ଵାର୍ଡରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ପାଇଁ ଲାଗି ଥିବା ସାଇରନ୍‌ ବାଜିନଥିଲା। ଗଲା ଏକ ବର୍ଷ ହେବ ଏହାର ଵାରି˚ ସରିଥିବା ବେଳେ ସାଇରନ୍‌ କାର୍ଯ୍ୟକ୍ଷମ ହୋଇନଥିବା କୁହାଯାଉଛି। କିନ୍ତୁ ଏହି ଅଘଟଣର ୧୩୦ ଜଣ ଶିଶୁଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

ସୂଚନା ଅନୁଯାୟୀ ଜନ୍ମରୁ ଏକ ମାସ ପର୍ଯ୍ୟନ୍ତ ଗୁରୁତର ଶିଶୁରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଏସ୍‌ଏନସିୟୁରେ ଏହି ଅଗ୍ନିକାଣ୍ତ ଘଟିଥିଲା। ଉପର ମହଲାରେ ଥିବା ଏହି ଏସ୍‌ଏନସିୟୁରେ ପ୍ରଚଣ୍ତ ଶବ୍ଦ ହେବାରୁ ତଳ ମହଲାରେ ଡ୍ୟୁଟି କରୁଥିବା ସୁରକ୍ଷା କର୍ମୀ ପ୍ରଭାତ ବେହେରା ତୁରନ୍ତ ଉପର ମହଲାକୁ ଦୌଡ଼ି ଯାଇଥିଲେ। ସେତେବେଳକୁ ଏମ୍‌ସିବିରେ ସର୍ଟ ସର୍କିଟ୍‌ ଘଟିଥିଲା। ଏସ୍‌ଏନସିୟୁରେ ପ୍ରାୟ ୫ଟି ଫାୟାର‌୍‌ ଏକଷ୍ଟିଙ୍ଗ୍ୟୁସର‌୍‌ ବ୍ୟବହାର କରି ନିଆଁକୁ ଲିଭାଯାଇଥିଲା। ପ୍ରଭାତଙ୍କ କହିବା ଅନୁଯାୟୀ, ଅପରାହ୍ନ ୫ଟା ବେଳେ ଡାକ୍ତର ରାଉଣ୍ତ କରି ଯିବା ପରେ ଉପର ମହଲାରୁ ଶବ୍ଦ ହୋଇଥିଲା। ଉପର ମହଲାରେ ପହଞ୍ଚି ଫାୟାର ଏକଷ୍ଟିଙ୍ଗ୍ୟୁସର‌୍‌ ବ୍ୟବହାର କରି ଏମ୍‌ସିପିରେ ଲାଗିଥିବା ନିଆଁ ଲିଭାଇଥିଲୁ। ତଳ ମହଲାକୁ ପହଞ୍ଚିଲା ବେଳକୁ ସବୁ ରୋଗୀଙ୍କୁ ସେମାନଙ୍କ ଅଭିଭାବକ ଧରି ବାହାରକୁ ଦୌଡ଼ି ପଳାଇଥିଲେ। ତୁରନ୍ତ କଣ୍ଟ୍ରୋଲ ପ୍ୟାନେଲ୍‌ରୁ ବିଦ୍ୟୁତ ସ˚ଯୋଗ ବିଚ୍ଛିନ୍ନ କରିଦେବାରୁ ସବୁ କିଛି ନିୟନ୍ତ୍ରଣକୁ ଆସିଥିଲା।

ଅନ୍ୟପଟେ ଏସ୍‌ଏନସିୟୁରେ ପ୍ରାୟ ୮ଟି ଏସି ଲାଗିଥିବାରୁ ଏଭଳି ସର୍ଟ ସର୍କିଟ୍‌ ଗଲା ୩ ମାସ ତଳେ ହୋଇଥିଲା। କିନ୍ତୁ ଏହି ଘଟଣା ଚପାଇ ଦିଆଯାଇଥିଲା। ନିୟମିତ ଏସି ଚାଲୁଥିବା ବେଳେ ତାର ଓ ଏମ୍‌ସିପି ମରାମତି ହେଉନଥିବାରୁ ଏଭଳି ଅଘଟଣ ଘଟୁଥିବା କୁହାଯାଉଛି।

ଜେନେରାଲ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ରୋଗୀ ଅଭିଭାବକ ସୁବାସ ସାହୁ କହିଛନ୍ତି ଯେ ଉପର ମହଲାରୁ ଦୁଇ ଥର ଶବ୍ଦ ଶୁଭିଲା। ଭୟରେ ଆମେ ସବୁ ବାହାରକୁ ଦୌଡ଼ି ପିଲାଛୁଆଙ୍କ ସହିତ ପଳାଇ ଆସିଥିଲୁ। ପ୍ରବଳ ଗନ୍ଧ ହେବା ସହିତ ଵାର୍ଡ ଅନ୍ଧାର ହୋଇଯାଇଥିଲା। ଶିଶୁଭବନ କର୍ମଚାରୀ ସ˚ଘର ସଭାପତି ଧର୍ମେଶ ନାୟକ କହିଛନ୍ତି ଯେ ପୂର୍ବରୁ ଏଭଳି ଅଗ୍ନିକାଣ୍ତ ଘଟିଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏଭଳି ଦୁର୍ଘଟଣା ରାତିରେ ହୋଇଥିଲେ ଅଧିକ ସମସ୍ୟା ହୋଇଥାନ୍ତି। ଅଧଘଣ୍ଟା ଲାଇନ୍‌ କଟାଯାଇଥିଲା। ଏହାର ବିଧିବଦ୍ଧ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ନାୟକ ଦାବି କରିଛନ୍ତି।

ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ର ନାଥ ବେହେରା କହିଛନ୍ତି ଯେ ଏସ୍‌ଏନ୍‌ସିୟୁ ବାହାରେ ଲାଗିଥିବା ଏମ୍‌ସିପିରେ ସର୍ଟ ସର୍କିଟ୍‌ ଯୋଗୁଁ ଏଭଳି ଅଘଟଣ ଘଟିଛି। ତେବେ ମେଡିକାଲ୍‌ରେ ଥିବା ଜିଇଇଡି କର୍ତ୍ତୃପକ୍ଷଙ୍କୁ ନ୍ୟୁ ମେଡିକାଲ୍‌ କୋଠା ଯାଞ୍ଚ କରିବାକୁ କୁହାଯାଇଛି। ଏହାସହିତ ପ୍ରତ୍ୟେକ ଵାର୍ଡର ବିଦ୍ୟୁତ ବ୍ୟବସ୍ଥା ଯାଞ୍ଚ କରିବାକୁ କୁହାଯାଇଛି। ଖରା ଦିନ ଆସୁଥିବାରୁ ଫ୍ୟାନ୍‌ ଅଧିକ ସ˚ଖ୍ୟାରେ ବ୍ୟବହାର ହେବ। ଫ୍ୟାନ୍‌ଗୁଡ଼ିକ ଯାଞ୍ଚ କରିବାକୁ କୁହାଯାଇଛି। ଆସନ୍ତା ସୋମବାର ସୁଦ୍ଧା ଏ ସ˚କ୍ରାନ୍ତରେ ରିପୋର୍ଟ ଦାଖଲ କରିବାକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ପ୍ରଫେସର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର