ବାଣ ନିଆଁରେ ପାଳଗଦା ପୋଡିଲା, ଅଳ୍ପକେ ବର୍ତିଲେ ବସ୍ତିବାସୀ

ଚନ୍ଦାହାଣ୍ଡି: ଦୀପାବଳିରେ ବାଣ ଫୁଟାଇବା ପାଇଁ ପ୍ରଶାସନ ବାରଣ କରିଥିବା ସହ ବାଣ ବିକ୍ରି ଉପରେ ରୋକ୍‌ ଲଗାଇ ଥିବା ବେଳେ ଗ୍ରାମାଞ୍ଚଲ ବ୍ୟବସାୟୀମାନେ ମାନି ନାହାନ୍ତି। ବେଧଢକ ଭାବରେ ବାଣ ବିକ୍ରି କରୁଥିବା ଫଳରେ ବାଣରୁ ନିଆଁ ଲାଗି ପାଳଗଦା ପୋଡ଼ିଯାଇଛି। ନରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝାଲିଆପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ବାଣ ବିକ୍ରି କରୁଥିବା ଦୋକାନୀମାନଙ୍କ ଠାରୁ ଛୋଟ ପିଲାମାନେ ବାଣ କିଣି ଫୁଟାଉ ଥିବା ସମୟରେ ପାଖରେ ଥିବା ଘନଶ୍ୟାମ ଭୂଞ୍ଜିଆଙ୍କ ପାଳଗଦାରେ ପଡି ପାଳଗଦାରେ ନିଆଁ ଲାଗି ସମଗ୍ର ଭୂଞ୍ଜିଆବସ୍ତି ପୋଡି ଧ୍ୱଂସ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସମସ୍ତ ଗ୍ରାମବାସୀ ପାଣି ପକାଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇ ଶେଷରେ ଦମକଲ ଗାଡି ଆଣି ନିଆଁକୁ ଆୟତ କରିଥିଲା। ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ପାଳଗଦା ପୋଡି ନଷ୍ଟ ହେବା ଯୋଗୁଁ ତାଙ୍କ ଗୃହ ପାଲିତ ପଶୁଙ୍କ ପାଇଁ ବିଶେଷ ଅସୁବିଧା ହୋଇଛି। ବୋଲି ଘନଶ୍ୟାମ ଭୂଞ୍ଜିଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର