ଭଦ୍ରକ ପୁରୁଣା ବଜାରରେ ଫୁଟିଲା ଗୁଳି, ଯୁବକ ଅଟକ

୫ ରାଉଣ୍ଡ ଗୁଳି ଜବତ, ଡଗ ସ୍କ୍ବାଡର ତନାଘନା

ଭଦ୍ରକ: ଭଦ୍ରକର ପୁରୁଣାବଜାର ଥାନା ଉତରବାହିନୀ ସାଳନ୍ଦୀ କଲେଜ ଛକ ନିକଟରେ ମଙ୍ଗଳବାର ରାତିରେ ଗୁଳି ଫୁଟିଛି। ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ହାତରେ ବନ୍ଧୁକ ଧରି ଯାଉଥିବା ବେଳେ ନିଜ ବନ୍ଧୁକରୁ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଆତଙ୍କ ସୃଷ୍ଟି କରିଛି। ଏହ ଦ୍ବାରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ପୁଲିସ ପହଞ୍ଚି ଯୁବକଙ୍କୁ ଧରିଛି। ଯୁବକ ଜଣକ ନିଶା ଶକ୍ତ ଥିବା ବେଳେ ତାଙ୍କ ନିକଟରୁ ବନ୍ଧୁକ ସହ ୫ ଅଫୁଟା ଗୁଳି ଜବତ କରିଛି। ପୁଲିସ ହେପାଜତରେ ଥିବା ଯୁବକ ଜଣକ ହେଲେ ବାସୁଦେବପୁର ଅଞ୍ଚଳର ରିଆଜ ଉଦ୍ଦିନ ଖାଁ।

ପରିସ୍ଥିତିର ଗମ୍ଭୀରତାକୁ ଲକ୍ଷ୍ୟ କରି ଭଦ୍ରକ ସିଟି ଡିଏସ ପି ଅଂଶୁମାନ ଦ୍ବିବେଦି ଓ ପୁରୁଣା ବଜାର ଥାନା ଆଇଆଇସି କରୁଣାକର ରାଉତ ଘଟଣା ସ୍ଥଳକୁ ଡଗ ସ୍କ୍ୱାର୍ଡ ଓ ବାମ ସ୍କ୍ୱାର୍ଡ ନେଇ ଛାନଭିନ ଆରମ୍ଭ କରିଛନ୍ତି। ରିଆଜଙ୍କ ଘର ବାସୁଦେବପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ପୁରୁଣାବଜାର ଥାନା ଅଞ୍ଚଳକୁ ରାତିରେ ଆସି କାହିଁକି ଓ  କେଉଁ ପରିସ୍ଥିତିରେ ଆସିଲା। କାହାକୁ ଗୁଳି ମାରିବା ପାଇଁ ଯୋଜନା କରିଥିଲା, ସେ ସଂକ୍ରାନ୍ତରେ ପୁଲିସ ପଚରାଉଚରା ଜାର ରଖିଛି।  ଏହି ଅଞ୍ଚଳରେ କାହା ସହ ତା’ର ଶତ୍ରୁତା ଥିଲା ତାହା ବି ଜାଣିବାକୁ ଚେଷ୍ଟା କରିଛି। ବୁଧବାର ପୁଲିସ ସବିଶେଷ ତଥ୍ୟ ପ୍ରଦାନ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର