ଯୁକ୍ତ୨ ପରିଷଦର ୫ କମିଟି ଗଠିତ

ବିଧାୟକମାନଙ୍କ ସଂରକ୍ଷିତ ସିଟ୍‌ ଖାଲି, ବିଧାନସଭାରୁ ମନୋନୀତ ହୋଇ ଆସିବେ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ସୁପରିଚାଳନା ଲାଗି ବିଭିନ୍ନ କମିଟି ଗଠନ କରାଯାଇଛି। ଏକାଡେମିକ କମିଟିରେ କଳାହାଣ୍ଡିସ୍ଥିତ ଜଗନ୍ନାଥ କୌଶଲ୍ୟା କଲେଜ ଅଧ୍ୟକ୍ଷ, ସନ୍ତୋଷୀ ମା’ ଆଞ୍ଚଳିକ କଲେଜ ଅଧ୍ୟକ୍ଷ, କାକଟପୁରସ୍ଥିତ ମଙ୍ଗଳା ମହାବିଦ୍ୟାଳୟର ବିନୋଦ ବିହାରୀ ବେହୁରା, ବରଗଡ଼ସ୍ଥିତ ମହିଳା କଲେଜର ପ୍ରଦୀପ କୁମାର ହୋତା, ବାଲେଶ୍ବରର ପଙ୍କଜ କୁମାର ଜେନା ସଦସ୍ୟ ରହିଛନ୍ତି। କାର୍ଯ୍ୟକାରୀ କମିଟିରେ ପୁରୀ ଜିଲ୍ଲା ବାଣୀଶ୍ରୀ କଲେଜର ଅଧ୍ୟକ୍ଷ, ଖୋର୍ଧା ଜିଲ୍ଲା ରଘୁନାଥ କଲେଜ ଅଧ୍ୟକ୍ଷ, ପୁରୀ ଜିଲ୍ଲା ନିମାପଡ଼ା କଲେଜ ଅଧ୍ୟକ୍ଷ, ଖୋର୍ଧା ଜିଲ୍ଲା ପିଏନ୍‌ କଲେଜର ବ୍ରଜ କିଶୋର ସାହୁ, କଟକ ଜିଲ୍ଲା ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ଅଟଳ ବିହାରୀ ବଳ, ସ୍ବୀକୃତିପ୍ରାପ୍ତ କମିଟିରେ ଢେଙ୍କାନାଳ ଜିଲ୍ଲା ସଣ୍ଡ ଆଞ୍ଚଳିକ କଲେଜ ଅଧ୍ୟକ୍ଷ, ସମ୍ବଲପୁର ଜିଲ୍ଲା ମା’ ଝାଡ଼େଶ୍ବର କଲେଜ ଅଧ୍ୟକ୍ଷ, କେନ୍ଦୁଝର ଜିଲ୍ଲା ସନ୍ତୋଷୀ ମା’ ଆଞ୍ଚଳିକ କଲେଜ ଅଧ୍ୟକ୍ଷ, ପୁରୀ ଜିଲ୍ଲା ଅଧ୍ୟାପକ ଅଦିତ୍ୟ ପ୍ରସାଦ ରଥ, କକଟପୁର ମଙ୍ଗଳା ମହାବିଦ୍ୟାଳୟର ବିନୋଦ ବିହାରୀ ବେହୁରା, ବାଲେଶ୍ବର ଜିଲ୍ଲା ଶ୍ରୀନିବାସ କଲେଜର ପଙ୍କଜ କୁମାର ଜେନା, କନ୍ଧମାଳ ଜିଲ୍ଲା ଆଦିବାସୀ ମହାବିଦ୍ୟାଳୟର ବିଭୂତି ଆଚାର୍ଯ୍ୟ, ଭୁବନେଶ୍ବର କମଳାନେହରୁ ମହିଳା କଲେଜର ତାରା ପ୍ରସାଦ ମହାପାତ୍ର, ଜଗତ୍‌ସିଂହପୁର ଜିଲ୍ଲାର ଉତ୍କଳ ଭାରତୀ କଲେଜର ସୁଧୀର କୁମାର ମହାନ୍ତି ସଦସ୍ୟ ରହିଛନ୍ତି।

ପରୀକ୍ଷା କମିଟିରେ ପୁରୀ ଜିଲ୍ଲା ବାଣୀଶ୍ରୀ କଲେଜ ଅଧ୍ୟକ୍ଷ, ଖୋର୍ଧା ଜିଲ୍ଲା ରଘୁନାଥ କଲେଜ, ପିପିଲି କଲେଜ ଅଧ୍ୟାପକ ଆଦିତ୍ୟ ପ୍ରସାଦ ରଥ, ଖୋର୍ଧା ଜିଲ୍ଲା ପିଏନ୍‌ କଲେଜର ବ୍ରଜ କିଶୋର ସାହୁ, କଟକ ଜିଲ୍ଲା ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ଅଟଳ ବିହାରୀ ବଳ, ନିମାପଡ଼ା ସ୍ବୟଂଶାସିତ କଲେଜର ରିଡର କୃଷ୍ଣଚନ୍ଦ୍ର ସାବତ, ଭୁବନେଶ୍ବର କମଳାନେହରୁ ମହିଳା କଲେଜର ତାରା ପ୍ରସାଦ ମହାପାତ୍ର, ଅର୍ଥ କମିଟିରେ ଢେଙ୍କାନାଳ ଜିଲ୍ଲା ସଣ୍ଡ ଆଞ୍ଚଳିକ କଲେଜ ଅଧ୍ୟକ୍ଷ, ସମ୍ବଲପୁର ଜିଲ୍ଲା ମା’ ଝାଡ଼େଶ୍ବର କଲେଜ ଅଧ୍ୟକ୍ଷ, କଟକ ଜିଲ୍ଲା କିଶୋରନଗର କଲେଜ ଅଧ୍ୟାପକ ଏ ସି ବରାଳ, କେନ୍ଦୁଝର ଜିଲ୍ଲା ଦଧିବାମନ କଲେଜର ଅଧ୍ୟାପକ ମହେଶ କୁମାର ଚାଟ୍ଟାର୍ଜୀ ସଦସ୍ୟ ରହିଛନ୍ତି। ବିଧାୟକମାନଙ୍କ ଲାଗି ସଂରକ୍ଷିତ ଥିବା ସିଟ୍‌ ଖାଲି ରଖାଯାଇଛି। ବିଧାନସଭାରୁ ବିଧାୟକମାନେ ମନୋନୀତ ହୋଇ ଆସିଲେ ସେମାନେ ପରବର୍ତୀ ସମୟରେ କମିଟିର ସଭ୍ୟ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର